ଫୁଲ ଅଫ ଫିଚର୍ସ ସହ ନଏଜ କଲରଫିଟ ପଲ୍ସ ଟୁର ସ୍ମାର୍ଟ ୱାଚ

ସ୍ମାର୍ଟଫୋନ ପରେ ଏବେ ଦରକାର ସ୍ମାର୍ଟ ୱାଚ । କାରଣ ବଦଳିଗଲାଣି ଟ୍ରେଣ୍ଡ । ସ୍ମାର୍ଟଫୋନ ପରେ ଏବେ ମାର୍କେଟରେ ଧମାଲ କରୁଛି ଏହି ସ୍ମାର୍ଟ ୱାଚ ସବୁ । ନୂଆ ଜେନେରେସନଙ୍କୁ ସ୍ମାର୍ଟ ୱାଚର ଯେମିତି ଫିଭର ଚଢିଛି । ଯାହାଙ୍କ ହାତକୁ ଦେଖିବେ ସ୍ମାର୍ଟ ୱାଚ ଏବେ ଯେମିତି ସାଧାରଣ । ତେଣୁ ମାର୍କେଟକୁ ନଜରରେ ରଖି ବିଭିନ୍ନ କମ୍ପାନୀ ଗୁଡିକ ବି ଅନେକ ଫିଚର୍ସ ସହ ଏହି ସ୍ମାର୍ଟ ୱାଚ ସବୁକୁ ଲଞ୍ଚ କରୁଛନ୍ତି ।

ବର୍ତ୍ତମାନ ନଏଜ କଲରଫିଟ ପଲ୍ସ ଟୁ ସ୍ମାର୍ଟ ୱାଚ ଏବେ ଭାରତରେ ଉପଲବ୍ଧ । ବୁଧବାରଠାରୁ ଏହା ଆମାଜନରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି । ଭାରତୀୟ ବଜାରରେ ନଏଜ ବ୍ରାଣ୍ଡର ବିଭିନ୍ନ ପ୍ରକାରର ସ୍ମାର୍ଟ ୱାଚ ଓ ସ୍ମାର୍ଟ ଫୋନ ଆସେସରିଜ ପୂର୍ବରୁ ସାମନାକୁ ଆସିସାରିଛି । କମ୍ପାନୀ ପୂର୍ବ ମାସରେ ନଏଜ କଲରଫିଟ ପଲ୍ସ ବଜକୁ ଲଞ୍ଚ କରିସାରିଛି । ହେଲେ ନ୍ୟୁ ସ୍ମାର୍ଟ ୱାଚ କଥା ଟିକେ ଅଲଗା । ଏହାର ମୁଖ୍ୟ ଫିଚର୍ସ ଉପରେ ଯଦି କୁହାଯାଏ ତେବେ ଏଥିରେ ୧.୮ଇଞ୍ଚର ଟଚ ସ୍କ୍ରିନ ଡିସପ୍ଲେ ଦିଆଯାଇଛି । ସାଥିରେ ଏଥିରେ ୫୦ରୁ ଅଧିକ ୱାଚ କେସ ଦିଆଯାଇଛି ।

ନଏଜ କଲରଫିଟ ପଲ୍ସ ଟୁ ର ଫିଚର୍ସର କଥା କହିବାକୁ ଗଲେ ପ୍ରଥମେ ଏଥିରେ ୧.୮ ଇଞ୍ଚର ଟଚ ସ୍କ୍ରିନ ଡିସପ୍ଲେ ୫୫୦ ନିଟସର ବ୍ରାଇଟନେସ କଥା ଆସିବ । ପୁରୁଣା ଭର୍ସନ ତୁଳନାରେ ଏଥିରେ ୪୦ ପ୍ରତିଶତ ଅଧିକ ସ୍କ୍ରିନ ଏରିଆ ଦିଆୟାଇଛି ।

ନଏଜ କଲରଫିଟ ପଲ୍ସ ଟୁ ସ୍ମାର୍ଟୱାଚରେ କଲ ଓ ମେସେଜର ମଧ୍ୟ ନୋଟିଫିକେସନର ସୁବିଧା ଦିଆଯାଇଛି । ଯେଉଁଥିରେ କଲ ଓ ମେସେଜ ଆସିବା ସମୟରେ ଫୋନକୁ ପକେଟରୁ ବାହାର ନକରି ବି ଆପଣ ବ୍ୟବହାର କରିପାରିବେ ।

ଏଥିରେ ୫୦ ଅଲଗା ଅଲଗା ସ୍ମାର୍ଟ ମୋଡ ଦିଆଯାଇଛି । ଯେମିତିକି ହେଲ୍ଥ ଟ୍ରାକିଙ୍ଗ, ହାର୍ଟ ରେଟ ଟ୍ରାକିଙ୍ଗ, ସ୍ଲିପ ମନିଟର ଆଦିର ଫିଚର୍ସ । ଯାହାକୁ ୟୁଜର୍ସ ନିଜ ଫୋନରେ ଆପ୍ସ ଦ୍ୱାରା ଅପରେଟ କରିପାରିବେ । ଅର୍ଥାତ ଆପ ଡାଉନଲୋଡ କରି ତାହା ଦ୍ୱାରା ଦେଖିପାରିବେ । ଏହା ହେଲ୍ଠ ଫ୍ରେଣ୍ଟଲି ମଧ୍ୟ ।

ଏବେ ଆସିବା ଏହାର ମୂଲ୍ୟକୁ । ନଏଜ କଲରଫିଟ ପଲ୍ସର ମୂଲ୍ୟ ୧୯୯୯ଟଙ୍କା । ଯାହା କେବଳ ଲଞ୍ଚ ଡେ ପାଇଁ ଲାଗୁ । ଏହା ଆମାଜନ ଇଣ୍ଡିଆ ୱେବସାଇଟରେ ୧୩ଜୁନରୁ ଦ୍ୱିପହର ୧୨ଟା ଠାରୁ ଲିଷ୍ଟେଡ ହୋଇଛି । ଯଦିଓ ବର୍ତ୍ତମାନ କଲର ଅପ୍ସନର ସୂଚନା ଦିଆଯାଇନାହିଁ । କିନ୍ତୁ ଲଞ୍ଚ ପୋଷ୍ଟରରୁ ଜଣାପଡୁଛି କି ଏହାର କଲର ଗୋଲ୍ଡ, ରେଡ ଗୋଲ୍ଡ, ନେଭି ବ୍ଲୁ, ବ୍ଲାକ ଓ ଗ୍ରାସ ରୋଡ କଲରରେ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.