Below header

ମାର୍କେଟକୁ ଆସିଲା ନୂଆ ହେଲମେଟ୍ : ହୋଇପାରିବେ ମ୍ୟୁଜିକ୍ ସହିତ ଫୋନ୍ କନେକ୍ଟ , ଜାଣନ୍ତୁ କଣ ରହିଛି ଏହାର ମୂଲ୍ୟ ଏବଂ ଫିଚର

ହେଲମେଟ୍ ତିଆରି କରୁଥିବା କମ୍ପାନୀ ଷ୍ଟିଲ୍ ବାର୍ଡ ହାଇ-ଟେକ୍ ଭାରତରେ ଏକ ନୂଆ ହେଲମେଟ୍ ଲଞ୍ଚ କରିଛି । ଏହାର ନାଁ ହେଉଛି ଏସବିଏ -୧ ଏଚଏଫ୍(SBA-1HF) । ସବୁଠାରୁ ଖାସ୍ କଥା ହେଉଛି କି ଏହାକୁ ପିନ୍ଧିବା ପରେ ବାଇକ୍ ଚାଳକ ଫ୍ରିରେ ମ୍ୟୁଜିକ୍ ଶୁଣିବା ସହ ବିନା ହାତରେ ଫୋନ୍ କଲ୍ ଉଠାଇପାରିବେ । କମ୍ପାନୀ ଏହି ହେଲମେଟର ମୂଲ୍ୟ ୨୫୮୯ ଟଙ୍କା ରଖିଛି । ଅଟୋ ଏକ୍ସପର୍ଟସ୍ ମୁତାବକ, ଏହି ହେଲମେଟ୍ ଅନ୍ୟ ମାନଙ୍କ ମଧ୍ୟରେ ଏକ ବିକଳ୍ପ ଅଟେ । ଯାହା ବିନା ହାତରେ ସୁବିଧାକୁ ଉପଲବ୍ଧ କରିବା ପାର୍ଇ ଅଫର ଦେଇଛି ।

ମିଡିଆ ରିପୋର୍ଟ ଅନୁସାରେ ଷ୍ଟିଲବାର୍ଡ ପକ୍ଷରୁ କୁହାଯାଇଛି କି, ଏହି ହେଲମେଟ୍ ଦୁଇ ବର୍ଷର ପରିଶ୍ରମର ଫଳ ଅଟେ । ହାଇ କ୍ବାଲିଟି ସାଉଣ୍ଡ ଏବଂ ଦମଦାର ପରଫମାନ୍ସ ଦେବା ସହ ଏଥିରେ ବେଟ୍ରୀ ଦରକାର ନାହିଁ । ଏହି ହେଲମେଟ୍ ଭାୟା ସ୍କାର୍ଟଫୋନ୍ ଦ୍ବାରା ଅକ୍ସିଲାରୀ କେବଲ ସହିତ କନେଟ୍ ହୋଇଛି।

ୀସୂଚନା ଅନୁସାରେ ଏହି ହେଲମେଟ୍ ସହରରେ ଗାଡି ଚଲେଇବା ବ୍ୟକ୍ତି ମାନଙ୍କୁ ଧ୍ୟାନରେ ରଖି ତିଆରି କରାଯାଇଛି । ସିଙ୍ଗଲ ଡିରେକ୍ସନାଲ ମାଇକ୍ରୋଫୋନ୍ ଜରିଆରେ ଏଥିରେ ନଏଜ୍ କ୍ୟାନସଲେସନ୍ ପାଇଁ ସୁବିଧା ରହିଛି । ଏହା ସାହାର‌୍ୟ୍ୟରେ ଗାଡି ଚଳାଉଥିବାବେଳେ ଆଖାପାଖର ଶବ୍ଦକୁ କମ୍ କରାଯାଇପାରିବ । କିନ୍ତୁ ହେଲମେଟର ସ୍ପିକରରେ ଏହି ସୁବିଧା ନାହିଁ, ଯାହାଫଳରେ ଚାଳକକୁ ଆଖପାଖର ଗତିବିଧି ସମ୍ପର୍କରେ ଜଣାପଡିବ ।

କମ୍ପାନୀ ମୁତାବକ ହେଲମେଟ୍ ଭିତରେ ଲଗାଯାଇଥିବା ସବୁ ସେଟଆପ୍ ୱାଟର ପ୍ରୁଫ୍ । ଯେଉଁଥିରେ ଆଇପି ୫ ୱାଟର ରେଜିଷ୍ଟ୍ରାନ୍ସ ହ୍ୟାଣ୍ଡ ଫ୍ରୀ କମ୍ପୋନେଣ୍ଟ ରହିଛି । କୁହାଯାଉଛି କି ଏହାକୁ ପିନ୍ଧିଲେ ଲୋକଙ୍କୁ କୌଣସି ଅଣନିଶ୍ବାସୀ ଫିଲ୍ ହେବନାହିଁ । କାରଣ ଏଥିରେ ଚିନ୍ ଗାର୍ଡସ, ସାମ୍ନା ଏବଂ ଉପର ଏରିଆରେ ପବନ ଯିବା ଆସିବା ପାଇଁ ସୁବିଧା ରହିବା ସହିତ ଏହାକୁ ପିନ୍ଧିବା ଅତି ଆରାମଦାୟକ ହେବ ।

ଚୁଏହି ହେଲମେଟରେ ଦୁଇଟି ରିୟର ଏକ୍ସଟ୍ରାକ୍ଟର ରହିଛି । ଯାହା ହେଲମେଟ୍ ଭିତରର ପବନ ରିସାଇକେଲ କରିବାରେ ସାହାର‌୍ୟ୍ୟ କରିବ । ଏହି ହେଲମେଟ୍ ପଲିକାର୍ବୋନେଟ ଆଣ୍ଟି ସ୍କେଚ୍ କୋଡିଙ୍ଗ ସହିତ ଆସିବ । ଯେଉଁଥିରେ କ୍ବିକ୍ ରିଲିଜ ୱିନର ମେକାନିଜିମ୍ କିଟ୍ ରହିଛି । ଏହି ହେଲମେଟ୍ ଲାଲ,କଳା ଓ ଧଳା ରଙ୍ଗରେ ଉପଲବ୍ଧ ହେବ । ଏହାଛଡା ଏଥିରେ ୫୮ ରୁ ୬୦ ସେଣ୍ଟିମିଟର ମଧ୍ୟରେ ସାଇଜ୍ ବାଛିବାର ବିକଳ୍ପ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.