Below header

ରେକର୍ଡ ସୃଷ୍ଟି କଲେ ଗୁଜରାଟି ଝିଅ ! ଏକା ଥରକେ କ୍ରାକ୍ କଲେ ଭାରତର ସମସ୍ତ ପ୍ରବେଶିକ ପରୀକ୍ଷା

ନୂଆଦିଲ୍ଳୀ : ଆମ ମଧ୍ୟରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବୋର୍ଡ ପରୀକ୍ଷା ପାସ କରି ଦୀର୍ଘ ନିଶ୍ବାସ ନେଇଥାନ୍ତି। ସେମାନଙ୍କୁ ଜୀବନରେ ସବୁଠାରୁ ବଡ ପରୀକ୍ଷା ପାସ କଲା ଭଳି ଅନୁଭୂତ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି ଗୁଜରାତର ଜଣେ ଝିଅ ଏପରି ଏକ କାମ କରିଛନ୍ତି ଯାହା ଜାଣିବା ମାତ୍ରେ ସମସ୍ତଙ୍କ ହୋସ ଉଡିଯିବ। ଆଜ୍ଞା ହଁ, ସୁରତର ବାସିନ୍ଦା ସ୍ତୁତି ଖଣ୍ଡୱାଲା ଗୋଟିଏ ଥରକ ଭାରତର ସମସ୍ତ ପ୍ରାବେଶିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ NEET, AIIMS MBBS ଏବଂ JEE (Main) କ୍ରାକ୍ କରିଛନ୍ତି। ପ୍ରତିବର୍ଷ ଶହଶହ ଛାତ୍ରଛାତ୍ରୀ ଗୋଟିଏ ମାତ୍ର ଏନଟ୍ରାନ୍ସ (ପ୍ରାବେଶିକ ପରୀକ୍ଷା) ପାସ କରିବା ପାଇଁ ଘଣ୍ଟାଘଣ୍ଟା ଧରି ପଢ଼ିଥାନ୍ତି କିନ୍ତୁ ଗୁଜରାତର ଜଣେ ଝିଅ ଏକା ଥରକେ ସମସ୍ତ ପ୍ରାବେଶିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯାହା ତାଙ୍କୁ କରିଛି ଚର୍ଚ୍ଚାର ବିଷୟ।

ସ୍ତୁତି ନା କେବଳ ପାରୀକ୍ଷା ପାସ କରିଛନ୍ତି ବରଂ ସବୁଥିରେ ଖୁବ ଭଲ ରାଙ୍କ ମଧ୍ୟ ରଖିଛନ୍ତି। ନିଟ୍ ୨୦୧୯ରେ ତାଙ୍କର ଅଲ ଇଣ୍ଡିଆ ରାଙ୍କ ୭୧, ଏମ୍ସରେ ଅଲ ଇଣ୍ଡିଆ ରାଙ୍କ ୧୦ ରଖିଥିବା ବେଳେ ତାଙ୍କରେ MIT ଚୟନ ହେବା ସହ ୯୦ପ୍ରତିଶତ ସ୍କଲରଶିପ୍ ଅଫର ହୋଇଛି। ସେ ତାଙ୍କ ସଫଳତାର କାରଣ ପିତାମାତାଙ୍କ ଆର୍ଶିବାଦ ଏବଂ ଶିକ୍ଷକଙ୍କ ସମର୍ଥନ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.