ଜେଲ୍‌ରେ ଅୟସ୍‌-ଆରାମ ଜୀବନ! ଚଢ଼ାଉରେ ୧.୫ ଲକ୍ଷ ଚପଲ ଜବତ ହେବାରୁ କଇଁ କଇଁ ହୋଇ କାନ୍ଦିଲେ ସୁକେଶ ଚନ୍ଦ୍ରଶେଖର

ସୁକେଶ ଚନ୍ଦ୍ରଶେଖରଙ୍କ ପାଖରୁ ଜବତ ହୋଇଛି ଗୁଚିର ୧.୫ ଲକ୍ଷ ଟଙ୍କାର ଚପଲ ଏବଂ ୮୦ ହଜାର ଟଙ୍କା ମୂଲ୍ୟର ଦୁଇଟି ଜିନ୍ସ। ଏହି ଚଢ଼ାଉ ପରେ ସୁକେଶ ଚନ୍ଦ୍ରଶେଖର ଖୁବ୍‌ କାନ୍ଦିବାକୁ ଲାଗିଥିଲେ।

ଦିଲ୍ଲୀର ମଣ୍ଡୋଳି ଜେଲ୍‌ରେ ୨୦୦ କୋଟି ଠକେଇ ମାମଲାର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଅୟସ୍‌ ଆରାମରେ ଜୀବନ ବିତାଉଛନ୍ତି। ଜେଲର ଏକ ସିସିଟିଭି ଫୁଟେଜ୍‌ ଲିକ୍‌ ହେବା ପରେ ଏହାର ଖୁଲାସା ହୋଇଛି। ଅଧିକାରୀମାନେ ଯେତେବେଳେ ଜେଲ୍‌ରେ ହଠାତ୍‌ ଚଢ଼ାଉ କରିଥିଲେ, ତ ସୁକେଶ ଚନ୍ଦ୍ରଶେଖରଙ୍କ ପାଖରୁ ଦେଢ଼ ଲକ୍ଷ ଟଙ୍କାର ଚପଲ ଏବଂ ୮୦ ହଜାର ଟଙ୍କା ମୂଲ୍ୟର ଦୁଇଟି ଜିନ୍ସ ମିଳିଥିଲା। ଚଢ଼ାଉ ହେବାରୁ ସୁକେଶ ଚନ୍ଦ୍ରଶେଖର ଖୁବ୍‌ କାନ୍ଦିବାକୁ ଲାଗିଥିଲେ। ଯଦିଓ ଏବେ ମଣ୍ଡୋଳି ଜେଲ୍‌ ପ୍ରଶାସନର କହିବା ହେଲା, ଭିଡିଓ ଲିକ୍‌ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

୨୦୦ କୋଟି ଠକେଇର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ଉପରେ ସବୁଠୁ ବଡ଼ ଖବର ରହିଛି କି, ଚଢ଼ାଉ ବେଳେ ସେ ମଣ୍ଡୋଳି ଜେଲ୍‌ରେ ଜୋର୍‌ରେ କାନ୍ଦିବାକୁ ଲାଗିଥିଲେ। ଜେଲର ଦୀପକ ଶର୍ମା ଓ ଜୟସିଂଙ୍କ ସାମ୍ନାରେ ସୁକେଶ ଖୁବ୍‌ କାନ୍ଦିଥିଲେ। ଜେଲ୍‌ ଅଧିକାରୀମାନେ ବଡ଼ ଚଢ଼ାଉ କରିଥିଲେ। ମଣ୍ଡୋଳି ଜେଲ୍‌ରେ ବନ୍ଦୀ ଥିବା ସୁକେଶଙ୍କ ସେଲ୍‌ରୁ ଦେଢ଼ ଲକ୍ଷ ଟଙ୍କାର ‘ଗୁଚି ଚପଲ’ ଏବଂ ୮୦ ହଜାର ଟଙ୍କା ଦାମ୍‌ର ଦୁଇଟି ଜିନ୍ସ ଜବତ କରାଯାଇଛି।

ସିସିଟିଭି ଭିଡିଓରେ ଦେଖାଯାଉଛି କି, ଜେଲ୍‌ ଭିତର ବାରାକ୍‌ରେ ସୁକେଶ ଚନ୍ଦ୍ରଶେଖର ଶୋଇଛନ୍ତି। ଏହି ସମୟରେ ଜେଲରଙ୍କ ସହିତ ଏକ ଟିମ୍‌ ହଠାତ୍‌ ଚଢ଼ାଉ ପାଇଁ ପହଞ୍ଚୁଛନ୍ତି। ସେମାନେ ସୁକେଶ ଚନ୍ଦ୍ରଶେଖଙ୍କୁ ନିଜ ଜିନିଷପତ୍ରଠାରୁ ଦୂରେଇ ରହିବାକୁ କହୁଛନ୍ତି। ଏହାପରେ ଅଧିକାରୀମାନେ ସୁକେଶଙ୍କର ଗୋଟିଏ ଗୋଟିଏ ଜିନିଷକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି। ଏହି ସମୟରେ ତାଙ୍କ ପାଖରୁ ମହଙ୍ଗା ଚପଲ ଏବଂ ଜିନ୍ସ ଜବତ ହେଉଛି।

ସୂଚନାଥାଉ କି, ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଠକେଇ ମାମଲାର ଅଭିଯୁକ୍ତ। ପୂର୍ବରୁ ସେ ତିହାର ଜେଲ୍‌ରେ ଥିଲେ। ଏହି ଜେଲ୍‌କୁ ସୁକେଶ ଅୟସ୍‌ ଆରାମର ଆଡ୍ଡା କରି ଦେଇଥିଲେ, ଯାହାପରେ ତାଙ୍କୁ ମଣ୍ଡୋଳି ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ବି ଏଠାରୁ ଏମିତି କିଛି ଫଟୋ ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.