କରୋନା ଭୟରେ ପୁଅ ସହ ନିଜକୁ ୩ ବର୍ଷ ବନ୍ଦୀ ରଖିଲେ ମହିଳା, ସ୍ୱାମୀଙ୍କ ଅଭିଯୋଗ ପରେ କରାଗଲା ଉଦ୍ଧାର

କରୋନାକୁ ନେଇ କୋକୁଆ ଭୟ! ଯାହାର ପ୍ରଭାବରେ ଘର ଭିତରେ ୩ ବର୍ଷ । ଆଶ୍ଚର୍ଯ୍ଯ ହେଲେ ବି କଥାଟା ସତ। କରୋନା ଭୟରେ ପୁଅ ସହ ନିଜକୁ ୩ ବର୍ଷ ବନ୍ଦୀ ରଖିଥିଲେ ଜଣେ ମହିଳା । ହରିୟାଣା ଗୁରଗାଓଁରୁ ସାମ୍ନାକୁ ଆସିଛି ଏହି ଭଳି ଏକ ଅଭବନୀୟ ଦୃଶ୍ୟ ।

କରୋନା ମହାମାରୀର ଲହର ସାରା ବିଶ୍ବକୁ ଗ୍ରାସ କରିଥିଲା। ଭାରତରେ ମଧ୍ଯ ସଂକ୍ରମିତଙ୍କ ଦ୍ରୁତ ଗତି ବଢି ଚାଲିଥିଲା। ଅନେକ ଲୋକ ପ୍ରାଣ ହରାଇଥିଲେ। ତେବେ ଖାଲି ସହର ନୁହେଁ ଗାଁ ଲୋକେ ମଧ୍ୟ ସଂକ୍ରମଣର ଶିକାର ହୋଇଥିଲେ। ଏଭଳି ସ୍ଥିତିରେ ଅସହାୟ ଲୋକମାନେ କରୋନା ସହ ଲଢ଼ିବାକୁ ବିଭିନ୍ନ ଅଜବ ପନ୍ଥା ଆପଣାଉଥିବା ଦେଖିବାକୁ ମିଳିଥିଲା। ସଂକ୍ରମିତଙ୍କ ମୃତ୍ୟଦେହ ସତ୍କାରକୁ ନେଇ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଯାହା ହେଉ ନା କାହିଁକି କରୋନାକୁ ମାତ୍ ଦେବାରେ ଆମେ ସଫଳ ହୋଇଛନ୍ତି। ସାରା ବିଶ୍ବରେ ଭ୍ଯାକ୍ସସିନ୍ ପହଁଚି ସାରିଛି ଏବଂ ଏହାର ଉପକାରିତା ସଭିଏଁ ଉପଲବ୍ଧ ମଧ୍ଯ କରିଛନ୍ତି। କିନ୍ତୁ ଏବେ ବି କରୋନାର ଭୟ ପିଛା ଛାଡିନି । ଯାହା ପ୍ରମାଣିତ କରିଛି ଆଜିର ଏହି ଘଟଣା ।

କରୋନାକୁ ନେଇ କୋକୁଆ ଭୟ! ଯାହାର ପ୍ରଭାବରେ ଘର ଭିତରେ ୩ ବର୍ଷ । ଆଶ୍ଚର୍ଯ୍ଯ ହେଲେ ବି କଥାଟା ସତ। କରୋନା ଭୟରେ ପୁଅ ସହ ନିଜକୁ ୩ ବର୍ଷ ବନ୍ଦୀ ରଖିଥିଲେ ଜଣେ ମହିଳା । ହରିୟାଣା ଗୁରଗାଓଁରୁ ସାମ୍ନାକୁ ଆସିଛି ଏହି ଭଳି ଏକ ଅଭବନୀୟ ଦୃଶ୍ୟ । ଗୁରୁଗ୍ରାମ ମାରୁରି ବିହାରର ୩୩ ବର୍ଷିୟା ମୁନମୁନ୍‌ ମାଂଝୀ ନିଜ ସହ ୧୦ ବର୍ଷର ପୁଅକୁ ଦୀର୍ଘ ୩ ବର୍ଷ ହେଲା ବନ୍ଦୀ କରି ରଖିଥିଲେ । ବାହାରେ ଚାକିରୀ କରୁଥିବା ତାଙ୍କ ସ୍ୱାମୀ ସୁଜନ ମାଝିଙ୍କୁ ମଧ୍ୟ ଘରେ ପୁରେଇ ଦେଉନଥିଲେ। ସୁଜନ ପ୍ରଥମେ କିଛି ଦିନ ସାଙ୍ଗ ଏବଂ ସମ୍ପର୍କୀୟଙ୍କ ଘରେ ବିତାଇଲେ । ଏହାପରେ ବି ତାଙ୍କ ପତ୍ନୀଙ୍କୁ ମନାଇବାରେ ବିଫଳ ହେବା ପରେ ସେ ସେହି ଅଞ୍ଚଳରେ ଅନ୍ୟ ଏକ ଭଡା ଘରେ ରହିବାକୁ ଲାଗିଲେ। ସ୍ଥିତି ଅସମ୍ଭାଳ ହେବାରୁ ଶେଷରେ ସେ ଥାନାରେ ଏନେଇ ଅଭିଯୋଗ କରିଥିଲେ। ଯାହା ପରେ ଘଟଣା ପଦାକୁ ଆସିଥିଲା ।

ତେବେ ଅଭିଯୋଗ ପାଇବା ପରେ ପୋଲିସ୍‌ ସହିତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏବଂ ଶିଶୁ କଲ୍ୟାଣ ବିଭାଗର ସଦସ୍ୟମାନେ ଘଟଣାସ୍ଥଳରେ ପହଁଚି ମୁନମୁନ୍‌ ରହୁଥିବା ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲା। ଏବଂ ଉଭୟ ମାଆ ଓ ପୁଅଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ୩ ବର୍ଷ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ରହିବା ପରେ ଉଭୟଭଙ୍କୁ ଏବେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟ ମା-ପୁଅ ଦୁହିଁଙ୍କର ପ୍ରଥମେ ସିଭିଲ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ଡକ୍ଟର କହିଥିଲେ, ମହିଳାଙ୍କର କିଛି ମାନସିକ ସମସ୍ୟା ରହିଛି। ଏହାପରେ ଉଭୟଙ୍କୁ PGI, ରୋହତକକୁ ରେଫର୍ କରାଯାଇଛି। ଯେଉଁଠାରେ ସେମାନଙ୍କୁ ଚିକିତ୍ସା ପାଇଁ ସାଇକ୍ରେଟ୍ରିକ୍ ୱାର୍ଡରେ ଭର୍ତ୍ତି କରାଯାଇଛି”।