ସବୁ ମନ୍ଦିର ଜମିର ମାଲିକ କେବଳ ଭଗବାନ, ପୂଜାରୀ କିମ୍ବା କୌଣସି ସରକାରୀ ଅଧିକାରୀ ନୁହେଁ: ସୁପ୍ରିମ୍‌କୋର୍ଟ

ମନ୍ଦିର ଜମି ଉପରେ କେବଳ ଭଗବାନଙ୍କ ଅଧିକାର ଅଛି। ପୂଜାରୀ କିମ୍ବା କୌଣସି ଅନ୍ୟ ସରକାରୀ ଅଧିକାରୀଙ୍କର ନୁହେଁ। ଏକ ଶୁଣାଣି କରିବା ଅବସରରେ ଏଭଳି ଟିପ୍ପଣୀ ଦେଇଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ। ଏଥିପାଇଁ ସୁପ୍ରିମକୋର୍ଟ ଅଯୋଧ୍ୟାର ରାମ ଜନ୍ମଭୂମି ଶୁଣାଣିର ଉଦାହରଣ ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ମଧ୍ୟ ପ୍ରଦେଶ ସରକାରଙ୍କ ଉକ୍ତ ଅଧିସୂଚନାରେ ମୋହର ମାରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ମନ୍ଦିର ଜମିର ମାଲିକ ଉକ୍ତ ମନ୍ଦିରର ପୂଜାରୀ ହୋଇପାରିବେ ନାହିଁ।

ସାଧାରଣତଃ ଦେଖିବାକୁ ମିଳେ ଯେ ମନ୍ଦିର ଜମି ଉପରେ ପୂଜାରୀ ନିଜ ଅଧିକାର ଜାହିର କରିଥାନ୍ତି। ସରକାରୀ କାଗଜପତ୍ରରେ ମଧ୍ୟ ପୂଜାରୀଙ୍କ ନାଁ ଲେଖାଥାଏ। ଏହା ପରେ ପୂଜାରୀ ନିଜ ମନ ଇଚ୍ଛା ମନ୍ଦିରର ଜମିକୁ ବିକ୍ରି କରିଥାନ୍ତି। ଏଣୁ ମଧ୍ୟ ପ୍ରଦେଶ ସରକାର ଏହି ଅଧିସୂଚନା ଜାରି କରିଛନ୍ତି ଯେ ମନ୍ଦିରର ଜମି ଉପରେ ପୂଜାରୀଙ୍କ ମାଲିକାନା ହକ୍‌ ରହିବ ନାହିଁ। ପୂଜାରୀଙ୍କ କାମ କେବଳ ମନ୍ଦିର ଓ ଜମିର ଦେଖାରଖା କରିବା ହିଁ ହେବ।

କିନ୍ତୁ ଜମିର ମାଲିକାନା ଅଧିକାର କୌଣସି ସରକାରୀ ଅଧିକାରୀଙ୍କର ହିଁ ହେବ, ଯାହାକୁ ସରକାରୀ ଦସ୍ତାବିଜରେ ମ୍ୟାନେଜର ଭାବେ ଦାୟିତ୍ୱ ଦିଆଯିବ। ସେ ସରକାରୀ ଜମି ସହ ଜଡ଼ିତ ସମସ୍ତ ନିଷ୍ପତ୍ତି ନେବେ। କିନ୍ତୁ ସୁପ୍ରିମ୍‌କୋର୍ଟର ଏହି ଶୁଣାଣିରେ ଘୋଷଣା କରାଯାଇଛି ଯେ ଜମିର ମାଲିକାନା ସତ୍ୱ ଉକ୍ତ ମନ୍ଦିରରେ ଅଧିଷ୍ଠିତ ଭଗବାନଙ୍କର ହିଁ ହେବ। ଯେଭଳି ରାମ ଜନ୍ମଭୂମି ମାମଲାରେ ହୋଇଥିଲା।

ସୁପ୍ରିମକୋର୍ଟ କହିଛନ୍ତି, ପୂଜାରୀଙ୍କ କାମ କେବଳ ପୂଜା ପାଠ ଓ ଜମିର ଦେଖାରଖା ଯାଏଁ ସୀମିତ ରହିବ। ସରକାରୀ ଅଧିକାରୀଙ୍କୁ ମଧ୍ୟ ମ୍ୟାନେଜର ଭାବେ ମାଲିକାନା ଅଧିକାର ଦିଆଯିବ ନାହିଁ। ସରକାରୀ ଦସ୍ତାବିଜରେ ଭଗବାନଙ୍କ ନାଁ ହିଁ ଉଲ୍ଲେଖ ରହିବ। ଯଦି ମନ୍ଦିର ସମ୍ପୂର୍ଣ୍ଣ ଭାବେ ସରକାରୀଙ୍କ ଅଧୀନରେ ରହିଛି ଓ ସରକାର ହିଁ ସମସ୍ତ ଦେଖାଶୁଣା କରୁଛନ୍ତି ତେବେ ସରକାରୀ ଅଧିକାରୀ ମ୍ୟାନେଜର ହୋଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.