ସୋସିଆଲ ମିଡ଼ିଆକୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଳୀ : ଆପତ୍ତିଜନକ ଭିଡିଓ ଅପ୍ଲୋଡ୍ ନେଇ ଗୁଗୁଲ, ଫେସ୍ବୁକ, ହ୍ଵାଟସ୍ଆପ୍ ଏବଂ ୟାହୁ ଆଦି ସୋସିଆଲ ମିଡିଆକୁ ସୁପ୍ରିମକୋର୍ଟଙ୍କ ଚେତାବନୀ। ଆପତ୍ତିଜନକ ଭିଡିଓ ଅପଲୋଡ୍ ଉପରେ ପ୍ରତିବନ୍ଧକ ଲଗାଅ, ନଚେତ ଦୈନିକ ୫ ଲକ୍ଷ ଟଙ୍କା ଜୋରିମାନା ଗଣିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ଯୋଗୁ ହିଂସା ବଢୁଛି । ଏହାକୁ ବନ୍ଦ କରିବା ପାଇଁ ଫୁଲ୍ ପ୍ରୁଫ୍ ମେକାନିଜିମ୍ ପ୍ରସ୍ତୁତ କରିବାକୁ ଜଷ୍ଟିସ ମଦନ ବି. ଲୁକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସୋସିଆଲ ମିଡିଆ ସଂସ୍ଥାକୁ ଏକ ମାସ ସମୟ ଦିଆଯାଇଛି ।

ମୁଖ୍ୟତଃ ଶିଶୁମାନଙ୍କ ଅଶ୍ଲିଳ ଭିଡିଓ ବନ୍ଦ ପାଇଁ ସୋସିଆଲ ମିଡିଆ କର୍ତ୍ତପକ୍ଷ ବାଂରବାର ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଇଣ୍ଟରନେଟରେ ଏହି ଭିଡିଓ ବହୁ ସଂଖ୍ୟାରେ ଦେଖିବାକୁ ମିଳୁଛି। ତେବେ ଆପତ୍ତିଜନକ ଭିଡିଓ ଯେପରି ଅପଲୋଡ ନ ହୋଇପାରିବ, ଏଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କୋର୍ଟ ସୋସିଆଲ ମିଡ଼ିଆ କମ୍ପାନୀଙ୍କୁ ମାସେ ସମୟ ଦେଇଛନ୍ତି।

Leave A Reply

Your email address will not be published.