ରାଜସ୍ଥାନ ରାଜନୀତିକୁ ନେଇ ଆଜି ଆସିପାରେ ସୁପ୍ରିମକୋର୍ଟଙ୍କ ରାୟ

ରାଜସ୍ଥାନ : ରାଜସ୍ଥାନ ରାଜନୀତିକୁ ନେଇ ଆଜି ଆସିପାରେ ସୁପ୍ରିମକୋର୍ଟଙ୍କ ରାୟ । ପାଇଲଟ୍‌ କ୍ୟାମ୍ପକୁ ରାଜସ୍ଥାନ ହାଇକୋର୍ଟରୁ ମିଳିଥିଲା ସାମୟିକ ଆଶ୍ୱସ୍ତି । ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ ଉପରେ ଷ୍ଟେ ଲଗାଇବା ସହ ସ୍ଥିତାବସ୍ଥା ବଜାୟ ରଖିଥିଲେ ହାଇକୋର୍ଟ । ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ ।

ପୂର୍ବରୁ ୨୩ ତାରିଖରେ ପ୍ରଥମ ଶୁଣାଣି କରିଥିଲେ । ରାଜସ୍ଥାନ ହାଇକୋର୍ଟଙ୍କ ରାୟ ପ୍ରକାଶ ଉପରେ ରୋକ୍‌ ଲଗାଇବାକୁ ମନା କରିଥିଲେ ସୁପ୍ରିମକୋର୍ଟ । ବାଚସ୍ପତି କାହିଁକି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ କୋର୍ଟ । ଆଜି ଶୁଣାଣି ଉଭୟ କ୍ୟାମ୍ପ ପାଇଁ ଗୁରୁତ୍ୱ ରଖୁଛି ।

ସୁପ୍ରିମକୋର୍ଟଙ୍କ ରାୟ ପରେ ଦୁଇ କ୍ୟାମ୍ପ ରଣନୀତି ପ୍ରସ୍ତୁତ କରିବେ । ସଚିନ୍‌ ପାଇଲଟ୍‌ ଓ ତାଙ୍କ ସହଯୋଗୀ ୧୮ ବିଧାୟକଙ୍କ ବିରୋଧରେ ବାଚସ୍ପତି ଅଯୋଗ୍ୟ ଘୋଷଣା ନୋଟିସ୍‌ ଦେଇଥିଲେ । ସେପଟେ ବିଧାନସଭା ଡାକିବା ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ରାଜ୍ୟପାଳଙ୍କୁ ସାନି ସୁପାରିଶ ପଠାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.