ସ୍ୱିଜରଲ୍ୟାଣ୍ଡ ବାହର କଲା ଇଚ୍ଛା ମୃତ୍ୟୁ ମେସିନ, ବିନା କଷ୍ଟରେ ବ୍ୟକ୍ତି ଏବେ କରିପାରିବେ ସୁଇସାଇଡ

ପ୍ରାୟତଃ ଏବେ ଲୋକଙ୍କର ଯେଉଁଭଳି ଆତ୍ମହତ୍ୟା ମାମଲା ସାମ୍ନାକୁ ଆସୁଛି ତାକୁ ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ। ନିଜ ଜୀବନକୁ ହେୟ ମନେ କରି ଆତ୍ମହତ୍ୟା କରିବା ପାଇଁ ବିଭିନ୍ନ ପ୍ରକାର କୌଶଳ ଆପଣାଉଛନ୍ତି। ନିଷ୍ପତ୍ତି ଯେତେ କଷ୍ଟ ହେଲେ ବି ଟିକେ ବି ପଛକୁ ଘୁଞ୍ଚୁନାହାନ୍ତି। ଲୋକଙ୍କର ଏବେ ଏହି ନିଷ୍ପତ୍ତିକୁ ସମ୍ମାନ ଦେଇଛି ସ୍ୱିଜରଲ୍ୟାଣ୍ଡ। ଇଚ୍ଛା ମୃତ୍ୟୁ ପାଇଁ ବାହାର କରିଛି ମେସିନ। ଶୁଣିକି ବିଶ୍ୱାସ ହେଉନି କିନ୍ତୁ ଘଟଣା ପୁରା ସତ।

ଆଜ୍ଞା ହଁ, ସ୍ୱିଜରଲ୍ୟାଣ୍ଡ ନିଜ ଦେଶର ଲୋକଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବାକୁ ଯାଇ ଇଚ୍ଛା ମୃତ୍ୟୁ ମେସିନ  ବାହାର କରିଛି। ରିପୋର୍ଟ ଅନୁଯାୟୀ ସ୍ୱିସ ସରକାର ଏହି ନିଷ୍ପତ୍ତି କୁ ସମ୍ମାନ ଦେଇ ଆଇନ ଦ୍ୱାରା ମାନ୍ୟତା ପ୍ରଦାନ କରିଛନ୍ତି। ମାନେ ଏହି ନିଷ୍ପତ୍ତିକୁ ଏବେ ଅବୈଧ ନୁହେଁ ବରଂ ବୈଧ ରୂପେ ସ୍ୱିକୃତି ଦେଇ ଲୋକଙ୍କ ଇଚ୍ଛା ମୃତ୍ୟୁ ପାଇଁ ମେସିନ ବାହାର କରିଛି। ଖାସ କଥା ହେଉଛି ଏହି ମେସିନକୁ ଆପଣ କେଉଁଠି ବି ନେଇ ଯାଇପାରିବେ।

ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଦ୍ୱାରା ସ୍ୱିକୃତି ପ୍ରାପ୍ତ ଏହି 3D ପ୍ରିଣ୍ଟେଡ କ୍ୟାପସୁଲ ରେ ବସି ଲୋକ ନିଜ ଜୀବନ ହାରି ପାରିବେ । ଯେଉଁଲୋକ ନିଜ ଜୀବନ ହାରିବାକୁ ଚାହୁଁଥିବେ ସେମାନେ କିଛି ସର୍ତ୍ତ ପୂରଣ କରିବା ପରେ ଏହି ମେସିନକୁ ନେଇ ଯେକୌଣସି ସ୍ଥାନରେ ଆତ୍ମହତ୍ୟା କରିପାରିବେ। ଦେଶର ସ୍ଥାନୀୟ ମେଡିକାଲ ରିଭ୍ୟୁ ବୋର୍ଡ ମଧ୍ୟ ଏହାକୁ ସ୍ୱିକୃତି ପ୍ରଦାନ କରିଛି। ତେବେ ଜାଣି ରଖନ୍ତୁ ଯେ, ସ୍ୱିଜରଲ୍ୟାଣ୍ଡରେ ୧୯୪୨ ମସିହାରୁ ସୁଇସାଇଡ କରିବା ନିଷ୍ପତ୍ତିକୁ ବୈଧ କରାଯାଇଛି। ତେବେ ୨୦୨୦ ମସିହାରେ ୧୩୦୦ରୁ ଅଧିକ ଲୋକ ନିଜ ଇଚ୍ଛାରେ ସୁଇସାଇଡ କରିବାର ଖବର ସାମ୍ନାକୁ ଆସିଥିଲା ।

ଏହାକୁ ଏନଜିଓ ଏକ୍ସିସ୍ଟ ଇଣ୍ଟରନେସନ ପକ୍ଷରୁ ତିଆରି କରାଯାଇଛି। ସେମାନଙ୍କ କହିବା ଅନୁଯାୟୀ ଲୋକଙ୍କର ଇଚ୍ଛା ମୃତ୍ୟୁ ପାଇଁ ଏହି ଟେକନିକ ଖୁବ ସହଜ ହେବ। ଏହି ପଣ୍ଡକୁୁ ତିଆରି କରିଥିବା ଆବିଷ୍କାରଙ୍କୁ “Doctor Death”ର ନାମ ଦିଆଯାଇଛି। ତାଙ୍କ କହିବା ଅନୁଯାୟୀ ଏହି ପଣ୍ଡ ବା କ୍ୟାପସୁଲ ମଧ୍ୟରେ ବସି ବ୍ୟକ୍ତି ନିଜେ ସବୁକିଛି ଅପରେଟ କରିପାରିବେ। ସୁଇସାଇଡ କରିବା ପାଇଁ ପ୍ରଥମେ ବ୍ୟକ୍ତିଙ୍କୁ ଏହି ମେସିନ ଭିତରେ ବସିବାକୁ ହେବ । ପରେ ଏହା ଭିତରେ ଅକ୍ସିଜେନ ମାତ୍ରାକୁ କମାଇଦିଆଯିବ । କିନ୍ତୁ ଏବେ ବ୍ୟକ୍ତିଙ୍କୁ ଏକ କ୍ୟପସୁଲ ଦିଆଯାଉଛି। ଯାହାକୁ ଖାଇବା ପରେ ବ୍ୟକ୍ତି କୋମା ଅବସ୍ଥାକୁ ଚାଲିଯିବେ।

ଏହି ମେସିନ ଭିତରେ ବସିବା ପରେ ଲୋକଙ୍କୁ କୌଣସି ପ୍ରକାର ସମସ୍ୟାର ଅନୁଭବ ହେବ ନାହିଁ। ବସିବାର ମାତ୍ର ୩୦ ସେକେଣ୍ଡ ମଧ୍ୟରେ ହିଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯିବ। ଖବର ଅନୁଯାୟୀ ଆସନ୍ତା ବର୍ଷ ଏହି ମେସିନକୁ ବୈଧ ରୂପେ ବ୍ୟବହାର କରାଯିବ। ତେବେ ଏଥିପାଇଁ କମ୍ପାନୀ ପକ୍ଷରୁ ଅନେକ ଖର୍ଚ୍ଚ କରାଯାଇଛି। ତେବେ ଏଥିପାଇଁ ଲୋକଙ୍କର ସୁଇସାଇଡ ମାମାଲା ବଢ଼ିବାର ଆଶଙ୍କା ରହିଛି ବୋଲି ଶୁଣିବାକୁ ମିଳିଛି।