ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ତାଇୱାନରୁ ସମ୍ମାନସୂଚକ ଡକ୍ଟରେଟ, ଏନିସିୟୁଟି ପକ୍ଷରୁ ପ୍ରଦାନ କରାଗଲା ସମ୍ମାନ
(କେନ୍ୟୁଜ୍ ବ୍ୟୁରୋ): ଶିକ୍ଷାବିତ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ତାଇୱାନର ନ୍ୟାସନାଲ ଚିନାଇ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରାଯାଇଛି। ଏୱନସିୟୁଟିର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡକ୍ଟର ସାମନ୍ତଙ୍କୁ ଏନିସିୟୁଟିର ସଭାପତି ପ୍ରଫେସର ୱେନ-ୟୁଆନ ଚେନ ଏହି ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରାଯାଇଛି। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଡକ୍ଟର ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ୧୯୭୧ରେ ତାଇୱାନରେ ଜେନେରାଲ ଚାଂ ମିଙ୍ଗଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ବିଶ୍ୱବିଦ୍ୟାଳୟ ପ୍ରଯୁକ୍ତି ଇଞ୍ଜିନିୟରିଂକୁ ଅଗ୍ରାଧିକାର ଦେଉଥିଲେ ମଧ୍ୟ ସମାଜ ପ୍ରତି ଦାୟିତ୍ୱବୋଧ ଉପରେ ଯଥେଷ୍ଟ ଗୁରୁତ୍ୱାରୋପ କରିଥାଏ। ବର୍ତ୍ତମାନ ସୁଦ୍ଧା ଡକ୍ଟର ସାମନ୍ତ ଭାରତ ତଥା ବିଦେଶରୁ ୪୦ରୁ ଉର୍ଦ୍ଧ୍ୱ ସମ୍ମାନସୂଚକ ଡକ୍ଟରେଟ ପାଇସାରିଛନ୍ତି। ସମ୍ମାନସବଚକ ଡକ୍ଟରେଟ ପ୍ରଦାନ କରିଥିବାରୁ ଡକ୍ଟର ସାମନ୍ତ ଏନସିୟୁଟିର ସଭାପତି ପ୍ରଫେସର ଚେନ ଓ ଇଣ୍ଟରନ୍ୟାସନାଲ ବିଭାଗ ଡିନ ପ୍ରଫେସର ସି ୟେନ ହୁଆଙ୍ଗଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି।