ନନାଙ୍କ ଷଣ୍ଢ ଫଣ୍ଡା, ଭାରତୀୟ ଷଣ୍ଢଙ୍କ ବିଦେଶରେ ଭାଉ
ଭୁବନେଶ୍ବର (କେନ୍ୟୁଜ୍): ଭାରତୀୟ ଷଣ୍ଢଙ୍କ ବିଦେଶରେ ଭାଉ । ଆକାଶ ଛୁଆଁ ଚାହିଦା। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୋଟିଏ ଗୋଟିଏ ଭାରତୀୟ ଷଣ୍ଢଙ୍କ ଦାମ ୫ କୋଟିରୁ ଅଧିକ ଟଙ୍କା । ବିଶେଷକରି ଆମେରିକା ଓ ବ୍ରାଜିଲରେ ଚାହିଦା କାହିଁରେ କେତେ । ଦେଶରେ ଖୋଲାମେଲାରେ ବୁଲୁଛନ୍ତି ଷଣ୍ଢ।
ଏମାନଙ୍କ ଉତ୍ପାତ ବି କମ ନୁହେଁ । କିନ୍ତୁ ଭାରତୀୟ ଷଣ୍ଢ ଯେ କେତେ ଉପଯୋଗୀ ତାର ମର୍ମ ବୁଝାଇଛନ୍ତି କେନ୍ଦ୍ର ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ନନାଙ୍କ ଷଣ୍ଢ ଫଣ୍ଡାକୁ ନେଇ ଏବେ ସବୁଠି ଚର୍ଚ୍ଚା।
କେବଳ ଷଣ୍ଢ ନୁହେଁ ଦେଶୀ ଗାଈଙ୍କ ଉପକାରିତା ବଖାଣିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ନନା କହିଛନ୍ତି, ସବୁଠୁ ଅଧିକ କ୍ଷୀର ଦେଇ ଥାଆନ୍ତି ଗୁଜୁରାଟର ଗିର୍ ପ୍ରଜାତିର ଗାଈ । ଦେଶରେ ଏମାନଙ୍କ ସଂଖ୍ୟା କମୁଛି। ଦିନେ ବ୍ରାଜିଲ ଭାରତରୁ ନେଇଥିବା ଏହି ପ୍ରଜାତିର ଗାଈଙ୍କୁ ଏବେ ଭାରତୀୟଙ୍କୁ ଚଢ଼ା ଦାମରେ ବିକୁଛି। ବର୍ତ୍ତମାନ ସମୟରେ କ୍ରସ ବ୍ରିଡିଂ କରି ଦେଶୀ ଗାଈଙ୍କର ବଂଶ ବୃଦ୍ଧି ଆବଶ୍ୟକତା ରହିଥିବା କହିଛନ୍ତି ପ୍ରତାପ ଷଡ଼ଙ୍ଗୀ। କିଛି ଦିନ ତଳେ କେନ୍ଦ୍ର ପଶୁସମ୍ପଦ ମନ୍ତ୍ରୀ ଗିରିରାଜ ସିଂ ଗୋପାଳନର ଥିଓରୀ କହିଥିଲେ। ଏବେ ସେହି ବିଭାଗର ଓଡ଼ିଆ ରାଷ୍ଟ୍ରମନ୍ତ୍ରୀଙ୍କ ବୁଝାଇଛନ୍ତି ଷଣ୍ଢର ଫଣ୍ଡା ଓ ଦେଶୀ ଗାଈର ମାହାତ୍ମ୍ୟ।