ତାମିଲନାଡୁ ସରକାରଙ୍କ ଘୋଷଣା : ପ୍ରତି ଲିଟର ପେଟ୍ରୋଲରେ ୩ ଟଙ୍କା ରିହାତି, ୧୨ ମାସ ମାର୍ଟନଲିଟି ଲିଭ୍‌

ନୂଆଦିଲ୍ଲୀ :  ତାମିଲନାଡୁ ସରକାର ପ୍ରଥମ ଥର ପାଇଁ ରାଜ୍ୟରେ ପେଟ୍ରୋଲ ଦର ଲିଟର ପିଛି ୩ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି । ଏଥି ସହ ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ମାର୍ଟନିଟି ଲିଭ ବା ପ୍ରସବକାଳୀନ ଛୁଟିକୁ ୯ ମାସରୁ ୧୨ ମାସକୁ ବୃଦ୍ଧି କରିଛନ୍ତି ।

ତାମିଲନାଡୁ ସରକାରଙ୍କ ଆଜିଥିଲା ବଜେଟ ଅଧିବେସନ । ରାଜ୍ୟର ଅର୍ଥ ମନ୍ତ୍ରୀ ପିଟିଆର୍‌ ପଲାନିବେଲ୍‌ ତ୍ୟାଗରାଜନ ଆଜି ବଜେଟ ଉପସ୍ଥାପନ କଲେ । ଦେଶର ପ୍ରଥମ ରାଜ୍ୟ ଭାବେ ତାମିଲନାଡୁ ସରକାର ପେଟ୍ରୋଲ ଲିଟର ପିଛା ୩ ଟଙ୍କା ହ୍ରାସ କରିବା ପାଇଁ ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ପ୍ରତି ବର୍ଷ ୧୧୬୦ କୋଟି ଟଙ୍କାର ବୋଝ ବଢ଼ିବ ।

ଏଥିସହ ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ପୂର୍ବରୁ ଥିବା ୯ ମାସ ମାଟର୍ନିଟି ଲିଭକୁ ବଢ଼ାଇ ୧୨ ମାସ କରିଛନ୍ତି ସରକାର । ଦେଶର ପ୍ରଥମ ରାଜ୍ୟ ଭାବେ ତାମିଲନାଡୁ ଏହି ଘୋଷଣା କରିଥିବା ଜଣାଯାଇଛି ।

ପ୍ରକାଶଯୋଗ୍ୟ ଯେ ଦେଶରେ ଏବେ ତେଲ ଦର ୧୦୦ ଟଙ୍କା ଉପରେ ଥିବାବେଳେ ସବୁ ରାଜ୍ୟରେ ଏହାକୁ ନେଇ ଜନସାଧରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତାମିଲନାଡୁ ସରକାର ପ୍ରଥମ ରାଜ୍ୟ ଭାବେ ପେଟ୍ରୋଲ ଦର କମାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.