ପ୍ରେମ ପରକୀୟା ହେଲେ ଘଟେ ଭୟଙ୍କର କାଣ୍ଡ, ତାନ୍ତ୍ରିକ ମାରିଦେଲା ପ୍ରେମିକ ପ୍ରେମିକାଙ୍କୁ

ପରକୀୟା ପ୍ରେମର ଭୟାନକ କାହାଣୀ । ଯାହାର ବାସ୍ତବତା ଏମିତି ଗୋଲକଧନ୍ଦା ଭିତରେ ଥିଲା ଯେ ପୋଲିସ୍‌ ବି ଚକମା ଖାଇଗଲା । ରାଜସ୍ଥାନ ଉଦୟପୁର ସ୍ଥିତ କେଲାବାବଡ଼ିରେ ଘଟିଥିବା ଘଟଣା ସାରା ଦେଶକୁ ଚହଲାଇ ଦେଇଛି । ଜଙ୍ଗଲ ଭିତରୁ ମିଳିଥିଲା ଯୁବକ ଯୁବତୀଙ୍କ ଉଲଗ୍ନ ମୃତଦେହ । ପୋଲିସ୍‌ ସନ୍ଦେହ କରୁଥିଲା ଅନର କିଲିଂ ବୋଲି । ହେଲେ ପରେ ଜଣାପଡ଼ିଲା ଏହା ପଛର କାରଣ ଆଉ କିଛି । ପରକୀୟା ପ୍ରୀତି ଓ ତ୍ରିକୋଣୀୟ ପ୍ରେମ ।

ଆସନ୍ତୁ ଜାଣିବା ପୂରା ଘଟଣା । ଗତ ନଭେମ୍ବର ୧୮ ତାରିଖରେ କେଲାବାବଡ଼ି ଜଙ୍ଗଲରେ ୩୦ ବର୍ଷ ବୟସ୍କ ଶିକ୍ଷକ ରାହୁଲ ମିନା ଏବଂ ୨୮ ବର୍ଷୀୟା ସୋନୁ କଓ୍ଵଁରଙ୍କ ମୃତଦେହ ମିଳିଥିଲା । ଦୁହେଁ ଉଲଗ୍ନ ଅବସ୍ଥାରେ ଥିଲେ । ରାହୁଲଙ୍କ ପ୍ରାଇଭେଟ ପାର୍ଟ କଟା ଯାଇଥିବା ବେଳେ ସୋନୁଙ୍କ ପ୍ରାଇଭେଟ୍‌ ପାର୍ଟ କ୍ଷତବିକ୍ଷତ ଥିଲା । ଅତି ନୃସଂଶ ଭାବେ ସେମାନଙ୍କୁ କେହି ହତ୍ୟା କରିଥିଲା । ଦୁହେଁ ଭିନ୍ନ ଜାତିର ଥିବାରୁ ଏହା ଅନର କିଲିଂ ମାମଲା ବୋଲି ପୋଲିସ୍‌ ଧରି ନେଇଥିଲା । ହେଲେ ପୋଲିସ୍‌ ସମ୍ପୂର୍ଣ୍ଣ ତଦନ୍ତ କରି ପ୍ରାୟ ୫୦ଟି ଜାଗାର ସିସିଟିଭି ଫୁଟେଜ୍‌ ଦେଖିଲା ଏବଂ ୨ ଶହ ଲୋକଙ୍କ ବୟାନ ରେକର୍ଡ଼ କଲା । ଆଉ ୭୨ ଘଣ୍ଟା ଭିତରେ ପର୍ଦ୍ଦାଫାସ କଲା ଅସଲ କାରଣ । ଏହି ହତ୍ୟାରେ ଜଣେ ତାନ୍ତ୍ରିକ ସାମିଲ ଥିଲା । ଯିଏ ଘଟାଇଥିଲା ଏଭଳି ନାରକୀୟ କାଣ୍ଡ ।

ରାହୁଲ ଓ ସୋନୁ ରହୁଥିବା ଅଞ୍ଚଳରେ ଇଚ୍ଛାପୂର୍ଣ୍ଣ ଶେଷନାଗ ଭାବଜି ମନ୍ଦିର ରହିଛି । ସେଠାକୁ ନିୟମିତ ଭାବେ ଉଭୟ ରାହୁଲ ଓ ସୋନୁଙ୍କ ପରିବାର ଲୋକେ ଦର୍ଶନ ପାଇଁ ଯାଆନ୍ତି । ଏମିତିରେ ଏ ଦୁଇଜଣଙ୍କର ଦେଖା ସାକ୍ଷାତ ହେଲା । ପ୍ରଥମେ ବନ୍ଧୁତା ଆଉ ପରେ ପ୍ରେମ ହୋଇଗଲା । ଅବଶ୍ୟ ଉଭୟ ବିବାହିତ ଥିଲେ । ତେବେ ପ୍ରେମରେ ପଡ଼ି ଦୁହିଙ୍କ ଭିତରେ ଚାଲିଲା ଅନୈତିକ ସମ୍ପର୍କ । ଏପଟେ ରାହୁଲ ଘରେ ସବୁ ବେଳେ ନିଜ ପତ୍ନୀ ସହ ଝଗଡ଼ା କରୁଥିଲା । ଯାହା ପତ୍ନୀଙ୍କୁ ଆଶ୍ଚର୍ଯ୍ୟ କରୁଥିଲା । ଯଦିଓ ସେ ଏହି ଅବଧ ସମ୍ପର୍କକୁ ନେଇ କିଛି ଜାଣି ନଥିଲେ ତେବେ ସ୍ୱାମୀର ଏଭଳି ବ୍ୟବହାର ଦେଖି ମନରେ ସନ୍ଦେହ ଆଣିଲେ । ଘଟଣା କଣ ଜାଣିବାକୁ ତାନ୍ତ୍ରିକ ଭାଲେସ କୁମାର ପାଖକୁ ଗଲେ । ଆଉ ଭାଲେସ ତାଙ୍କୁ ସବୁ ସତ କହିଦେଲା । ରାହୁଲ ଓ ସୋନୁଙ୍କ ସମ୍ପର୍କ ବିଷୟରେ ରାହୁଲର ସ୍ତ୍ରୀ ଜାଣିଗଲେ । ଏପଟେ ଭାଲେସ ସୋନୁ ସହିତ ସମ୍ପର୍କ ବଢ଼ାଇବାକୁ ଲାଗିଲା ।

ତାନ୍ତ୍ରିକ ଭାଲେସ ପ୍ରାୟ ସାତ ଆଠ ବର୍ଷ ଧରି ସେହି ଅଞ୍ଚଳରେ ରହି ଲୋକଙ୍କୁ ତାବିଜ ଆଦି ଦେଉଥିଲା । ସମସ୍ତେ ତାକୁ ସମ୍ମାନ କରୁଥିଲେ । ଆଉ ରାହୁଲ ଯେତେବେଳେ ଜାଣିଲା ଯେ ଭାଲେସ ହିଁ ତାର ଓ ସୋନୁର ସମ୍ପର୍କ ବିଷୟରେ ତା ସ୍ତ୍ରୀକୁ କହିଛି, ପୁଣି ସୋନ ସହିତ ସମ୍ପର୍କ ବଢ଼ାଇବାରେ ଲାଗିଛି ସେଥିରେ ସେ ଭୀଷଣ ରାଗି ଗଲା । ଆଉ ଭାଲେସକୁ ବଦନାମ କରିଦେବ ବୋଲି ଧମକ ଦେଲା । ଏଥିରେ ତାନ୍ତ୍ରିକ ଟିକେ ଦବିଗଲା । କାରଣ ସେ ବଦନାମ ହୋଇଗଲେ ତାର ସବୁ ମାନସମ୍ମାନ ଚାଲିଯିବ ଏମିତିକି ରୋଜଗାର ମଧ୍ୟ ରହିବନି । ତେଣୁ ଷଡ଼ଯନ୍ତ୍ର କଲା ରାଲ ଓ ସୋନୁଙ୍କୁ ରାସ୍ତାରୁ ହଟାଇବା ପାଇଁ ।

ଏହି ଷଡ଼ଯନ୍ତ୍ର ଥିଲା ଅତ୍ୟନ୍ତ ଭୟାନକ । ଭାଲେସ ପ୍ରଥମେ ବଜାରରୁ ପ୍ରାୟ ୫୦ଟି ଫେଭିକୁଇକ୍‌ କିଣିଲା । ସେସବୁକୁ ଗୋଟିଏ ବୋତଲରେ ଭରିଲା । ନଭେମ୍ବର ୧୫ ତାରିଖ ଦିନ ତନ୍ତ୍ର ମନ୍ତ୍ର କରିବା ବାହାନାରେ ଉଭୟ ରାହୁଲ ଓ ସୋନୁଙ୍କୁ ସୁଖାଡ଼ିଆ ସର୍କଲକୁ ଡାକିଲା । ସେଠାରୁ ସେମାନଙ୍କୁ ଗୋଗୁନ୍ଦା ଅଞ୍ଚଳରେ ଥିବା ଜଙ୍ଗଲକୁ ନେଇଗଲା । ସେଠାରେ ସୋନୁ ଓ ରାହୁଲଙ୍କୁ ନିଜ ସାମନାରେ ଶାରୀରିକ ସମ୍ପର୍କ ରଖିବାକୁ କହିଲା । ଦୁହେଁ ତାହା କରିବା ବେଳେ ତାନ୍ତ୍ରିକ ଭାଲେସ ସେମାନଙ୍କ ଉପରେ ଫେଭିକୁଇକ୍‌ ପକାଇ ଦେଲା । ତାର ଯୋଜନା ଥିଲା କି ଏହି ଅବସ୍ଥାରେ ସେମାନଙ୍କୁ ମାରିଦେଲେ ଲୋକେ ଭାବିବେ ଅବୈଧ ସମ୍ବନ୍ଧ ଯୋଗୁଁ ଏମାନଙ୍କୁ କେହି ମାରି ଦେଇଛି । ଏପଟେ ଫେଭିକୁଇକ ପଡ଼ିବାର କିଛି ସମୟ ମଧ୍ୟରେ ରାହୁଲ ଓ ସୋନୁ ପରସ୍ପର ସହ ଯୋଡ଼ି ହୋଇ ରହିଗଲେ । ଅଲଗା ହେବାକୁ ଚେଷ୍ଟା କଲା ବେଳେ ସେମାନଙ୍କ ଦୋରୁ ଚମଡ଼ା ଛାଡ଼ିଗଲା ।

ଏହି ସମୟରେ ତନ୍ତ୍ରିକ ଭାଲେସ ଛୁରୀରେ ଆକ୍ରମଣ କରି ରାହୁଲର ଗୁପ୍ତାଙ୍ଗକୁ କାଟି ଦେଇଥିଲା ଏବଂ ସୋନୁକୁ ମଧ୍ୟ କ୍ଷତବିକ୍ଷତ କରିଥିଲା । ପରେ ସେଠାରୁ ଫେରାର ହୋଇ ଯାଇଥିଲା । ପୋଲିସ୍‌ ତଦନ୍ତ କରି ତାକୁ ଧରିବା ପରେ ମାଡ଼ ଡରରେ ସବୁ ସତ କଥା କହି ଦେଇଛି ଭାଲେସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.