Below header

ଆଜି ହୋଲିକା ଦହନରେ ଜଳିବ ଆତଙ୍କୀ ମସୁଦ ଏବଂ ପବଜୀ ଖେଳର କୁଶପୁତ୍ତଳିକା

ଭଷ୍ଟାଚାର, ଖୁସି ଏବଂ ଉଲ୍ଲାସ ପର୍ବ ହେଉଛି ହୋଲି। ରଙ୍ଗର ପର୍ବ ହୋଲି ପାଖକୁ ଆସିଥିବା ବେଳେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଆଜି ସାରା ଦେଶରେ ହୋଲିକା ଦହନ କରାଯିବା ସହ ହୋଲି ପର୍ବର ଆରମ୍ଭ କରାଯିବ। ତିଥି ଅନୁଯାଇ ସନ୍ଧ୍ୟା ସମୟରେ ହୋଲିକା ଦହନ ହେବ।

ଦେଶରେ ରୀତିନିତି ଭାବେ ହୋଲିକା ଦହନର ପ୍ରସ୍ତୁତି ଚାଲିଥିବା ବେଳେ ମୁମ୍ବାଇର ବଲ୍ଲୀ ଅଞ୍ଚଳରେ ଏକ ଭିନ୍ନ ପ୍ରକାରର ହୋଲିକା ଦହନ କରାଯିବ। ଏଠାରେ ହୋଲିକାଙ୍କ ସହ ଜୈସ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରଙ୍କୁ ଦହନ କରାଯିବ। ସେହିପରି ପବଜି ଗେମକୁ ମଧ୍ୟ ସେଠାରେ ଦହନ କରାଯିବ। ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଭାରତ ସହ ଠିଆ ହୋଇଛି ସାରା ବିଶ୍ବ। ଏଣୁ ଏନେଇ ଆକ୍ରମଣର ମୁଖ୍ୟ ମାସୁଦକୁ ଖୁବ ବିରୋଧ ମଧ୍ୟ କରାଯାଉଛି।


ଜୈସ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜଗରଙ୍କୁ ଗ୍ଳୋବାଲୀ ଆତଙ୍କୀ ଭାବେ ଘୋଷଣା କରାଯାଇଛି। ତେବେ ପକିସ୍ତାନର ସପକ୍ଷ ବିଭିନ୍ନ କାର‌୍ୟ୍ୟରେ ଚାଇନା କରିଥିବାରୁ ଜମସେଦପୁରରେ ବୈବସାୟୀ ମାନେ ଚାଇନା ଜିନିଷକୁ ଜଳାଇ ଏହାର ପ୍ରତିବାଦ କରିବା ସହ ହୋଲିକା ଦହନକୁ ପାଳିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.