ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ଘରେ ପଶି ଏସପିଓଙ୍କୁ ଆଖିବୁଜା ଗୁଳି କରି କଲେ ହତ୍ୟା

ଜାମ୍ମୁକାଶ୍ମୀର(କେନ୍ଯୁଜ୍): ଆତଙ୍କବାଦୀଙ୍କ ବର୍ବରକାଣ୍ଡ। ଘରେ ପଶି ଏସପିଓଙ୍କୁ ହତ୍ୟା କଲେ ଆତଙ୍କୀ। ଜାମ୍ମୁକାଶ୍ମୀର ଅଓ୍ଵନ୍ତିପୁରାରେ ଏସପିଓ ଫୈୟାଜ ଅହମ୍ମଦଙ୍କ ଘରେ ପଶି ଆକ୍ରମଣ କରିଛନ୍ତି। ବିଳମ୍ବିତ ରାତିରେ ଘରେ ପଶି ଆଖିବୁଜା ଗୁଳି ଚଳାଇଥିଲେ ଆତଙ୍କବାଦୀ। ଫୈୟାଜଙ୍କ ମୁଣ୍ଡରେ ବାଜିଥିଲା ଗୁଳି। ଘଟଣା ସ୍ଥଳରେ ହିଁ ସହିଦ ହୋଇଯାଇଛନ୍ତି ଫୈୟାଜ।

ଏପରିକି ତାଙ୍କ ପତ୍ନୀ ଓ ଝିଅଙ୍କୁ ମଧ୍ୟ ଛାଡିନଥିଲେ ଆତଙ୍କୀ। ଗୁଳିମାଡ଼ରେ ଗୁରୁତର ଆହତ ହୋଇ ତାଙ୍କ ପତ୍ନୀ ଓ ଝିଅଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଆକ୍ରମଣ ପରେ ପୂରା ଅଞ୍ଚଳକୁ ସିଲ୍‌ କରାଯାଇଛି। ଦୁଇରୁ ତିନି ଜଣ ଆତଙ୍କବାଦୀ ଆକ୍ରମଣ କରି ଫେରାର ହୋଇଯାଇଥିବା ପୋଲିସ କହିଛି। ଏବେ ଯାଏ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.