ବୈଜ୍ଞାନିକମାନେ ପ୍ଲାଷ୍ଟିକ ବୋତଲରୁ ପ୍ରସ୍ତୁତ କଲେ ଭାନିଲା ଆଇସକ୍ରିମ୍, ଜାଣନ୍ତୁ ଏହା ପଛର ଘଟଣା

ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସଭିଁଙ୍କର ପ୍ରଥମ ପସନ୍ଦ ଆଇସକ୍ରିମ। ମାତ୍ର ଖରାଦିନରେ ଏହାର ଚାହିଦା ଖୁବ ଅଧିକ ଥାଏ । ଆଇସକ୍ରିମରେ ବିଭିନ୍ନ ପ୍ରକାର ଫ୍ଲେଭର ରହିଥାଏ। ସେଥି ମଧ୍ୟରୁ ଭାନିଲା ଆଇସକ୍ରିମ ପ୍ରାୟ ସମସ୍ତଙ୍କର ପ୍ରିୟ ନିଶ୍ଚୟ ହୋଇଥିବ। ଆଉ ଏବେ ଏହି ଭାନିଲା ଫ୍ଲେଭରକୁ ତିଆରି କରିବାର ନୂଆ ଉପାୟ ବୈଜ୍ଞାନିକମାନେ ଖୋଜିଛନ୍ତି । ବୈଜ୍ଞାନିକମାନେ ପ୍ଲାଷ୍ଟିକ ବୋତଲରୁ ଭାନିଲା ଫ୍ଲେଭର ତିଆରି କରିବାର ଉପାୟ ବାହାର କରିଛନ୍ତି । ଏହି ଫ୍ଲେଭରର ବ୍ୟବହାର ବିଭିନ୍ନ ଖାଦ୍ୟ ପ୍ରିକ୍ରୟାକରଣ କେମିକାଲ ସହିତ ବିଭିନ୍ନ କସମେଟିକ୍ସ ତିଆରି ସାମଗ୍ରୀ ମଧ୍ୟ ବ୍ୟବହୃତ ହୋଇଥାଏ ।

ବୈଜ୍ଞାନିକମାନେ ପ୍ଲାଷ୍ଟିକ ବୋତଲକୁ ଭାନିଲା ଫ୍ଲେଭରରେ ବଦଳାଇବା ପାଇଁ କୃତ୍ରିମ ଭାବରେ ପ୍ରସ୍ତୁତ ବ୍ୟାକ୍ଟେରିଆର ସାହାଯ୍ୟ ନେଇଛନ୍ତି । ପ୍ରଥମ ଥର ପାଇଁ ଏଭଳି କେମିକାଲ ତିଆରି ପାଇଁ ପ୍ଲାଷ୍ଟିକ ବୋତଲର ବ୍ୟବହାର କରାଯାଉଛି । ବୈଜ୍ଞାନିକଙ୍କ ଅନୁଯାୟୀ ଏଭଳି ଆକର୍ଷକ ଜିନିଷ ତିଆରି କରିବା ପ୍ଲାଷ୍ଟିକ ବୋତଲର ରିସାଇକ୍ଲିଙ୍ଗକୁ ଉତ୍ସାହିତ କରିବ । ଏହା ଦ୍ୱାରା ବିଶ୍ୱରେ ବଢ଼ୁଥିବା ପ୍ଲାଷ୍ଟିକ ବର୍ଜ୍ୟଠାରୁ ମୁକ୍ତି ମିଳିପାରିବ ଏବଂ ପ୍ର୍ରଦୂଷଣ କମ୍ ହେବ ।

vanilla

ଦ ଗାର୍ଡିଆନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବୈଜ୍ଞାନିକମାନେ ପ୍ରଥମେ ବୋତଲକୁ ପଲିଏଥିଲିନ୍ ଟେରିଫ୍ଥେଲେଟ ପଲିମରରୁ ତିଆରି ପ୍ଲାଷ୍ଟିକ ବୋତଲରୁ ମ୍ୟୁଟାଣ୍ଟ ଏନଜାଇମ୍ ପ୍ରସ୍ତୁତ କରିଥିଲେ । ଏହି ପ୍ଲାଷ୍ଟିକକୁ ଟେରାଫେଥଲିକ ଏସିଡ୍ ମଧ୍ୟ କୁହାଯାଏ । ବୈଜ୍ଞାନିକ ଏହାକୁ ଭାନିଲିନରେ ବଦଳାଇବା ପାଇଁ ବ୍ୟାକ୍ଟେରିଆର ବ୍ୟବହାର କରିଛନ୍ତି । ଭେନିଲିନ କମ୍ପାଉଣ୍ଡ ବାସ୍ନା ଭାନିଲା ଭଳି ଏବଂ ଏହାର ସ୍ୱାଦ ମଧ୍ୟ ସେହିଭଳି । ଏହାର ଖବ୍ ଚାହିଦା ମଧ୍ୟ ରହିଛି । ୨୦୧୮ରେ ବିଶ୍ୱରେ ୩୭୦୦୦ ଟନ୍ ଭାନିଲା ଫ୍ଲେଭରର ଆବଶ୍ୟକ ଥିଲା, ଯାହାକି ପ୍ରାକୃତିକ ଭାବରେ ଉତ୍ପାଦିତ ଭାନିଲା ବିନସର ଠାରୁ ଅଧିକ ଥିଲା । ଗ୍ରୀନ ଜର୍ଣ୍ଣାଲରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ ଟେରାଫେଥଲିକ ଏସିଡ୍କୁ ଭାନିଲିନରେ ପରିବର୍ତ୍ତନ କରିବା ପାଇଁ ଇ କୋଲାଇ ବ୍ୟାକ୍ଟେରିଆର ବ୍ୟବହାର କରାଯାଇଛି । ଏହା ୭୯ ପ୍ରତିଶତ ଟିଏକୁ ଭାନିଲିନରେ ପରିବର୍ତ୍ତିତ କରିଥିଲା ଯାହା ଏକ ଭଲ ଫଳାଫଳ ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.