Below header

ଆମେରିକା ଟେକ୍ସାସରେ ବଡ଼ ଧରଣର ଗୁଳିକାଣ୍ଡ, ୨୦ ମୃତ ଓ ୨୬ ଆହତ

ଆମେରିକା ଟେକ୍ସାସରେ ବଡ଼ ଧରଣର ଗୁଳିକାଣ୍ଡ । ଓ୍ଵାଲମାର୍ଟ ଷ୍ଟୋରରେ ଗୁଳିମାଡ ହୋଇଛି । ଏଥିରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଆହତ ହୋଇଛି । ଘଟଣାରେ ତିନି ଜଣ ସଂଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସ୍ଥାନୀୟ ସମୟ ସକାଳ ୧୦ଟାରେ ଏହି ଗୁଳିମାଡ଼ ହୋଇଥିଲା । ଓ୍ଵାଲମାର୍ଟ ମଲରୁ ଲୋକଙ୍କୁ ବାହାର କରିବା ପାଇଁ ସ୍ଥାନୀୟ ପୋଲିସ ଓ ମଲ୍ କର୍ମଚାରୀ ଲାଗିଛନ୍ତି । ମଲ ନିକଟକୁ ଆସିବାକୁ ଲୋକଙ୍କୁ ବାରଣ କରାଯାଇଛି । ଆମେରିକାର ୱାର୍ଲମାର୍ଟ ଷ୍ଟୋରରେ ଏକ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଗୁଳିକାଣ୍ଡ । ଗତ ସପ୍ତାହରେ କାର୍ଲିଫୋର୍ନିଆର ଗିଲରୋପ ଗାର୍ଲିକ ଫେଷ୍ଟିଭାଲରେ ମଧ୍ୟ ଗୁଳିକାଣ୍ଡ ହୋଇଥିଲା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.