ପୁଣି ଅଶାନ୍ତ ରାଜଧାନୀ, ଭୁବନେଶ୍ୱରରେ ରାତି ଅଧରେ ଫୁଟିଲା ଗୁଳି

ଭୁବନେଶ୍ୱର (କେନ୍ୟୁଜ୍) : ପୁଣି ଅଶାନ୍ତ ରାଜଧାନୀ। ଭୁବନେଶ୍ୱରରେ ରାତି ଅଧରେ ଫୁଟିଲା ଗୁଳି। ବରଗଡ଼ ଥାନା ଅଞ୍ଚଳରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ। ଦୁଇ ଜଣଙ୍କ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କଡକ scbକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ବାଇକ୍ ଓ ଟଙ୍କା ଜବତ ହୋଇଛି। ଦୁଇ ଜଣଙ୍କ ନାଁରେ ଅନେକ ଅପରାଧିକ ମାମାଲା ରହିଛି।