ଥାନେ ପୋଲିସ ଷ୍ଟେସନ ଗୁଳିକାଣ୍ଡ ଘଟଣାରେ ବିଜେପି ବିଧାୟକ ସମେତ ୩ ଗିରଫ

ବିଜେପି ବିଧାୟକ ଗଣପତ ଗାୟକୱାଡଙ୍କ ଗୁଳିରେ ଶିବସେନା ନେତା ମହେଶ ଗାୟକୱାଡ ଗୁରୁତର ହୋଇଛନ୍ତି । ତେବେ ଗୁଳିକାଣ୍ଡ ଅଭିଯୋଗରେ ବିଜେପି ବିଧାୟକ ଗଣପତଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ନାମରେ ପୋଲିସ ଆଇପିସି ଧାରା ୩୦୭, ୧୨୦ ବି, ୧୪୩, ୧୪୭, ୧୪୮, ୧୪୯, ୧୦୯, ୩୨୩, ୫୦୪ ସହିତ ମାମଲା ରୁଜୁ କରିଛି ।

ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏକ ପୋଲିସ ଥାନା ଭିତରେ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ୨ ଜଣ ଆହତ ହୋଇଛନ୍ତି । ଏମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗୁଳିକାଣ୍ଡ ଅଭିଯୋଗରେ ବିଜେପି ବିଧାୟକ ଗଣପତଙ୍କୁ ଗିରଫ କରିଛି ପୋଲିସ । ଉଭୟ ବିଜେପି ଓ ଶିବସେନା କ୍ଷମତାରେ ଥିବା ବେଳେ ଥାନେରେ କିନ୍ତୁ ମୁହାଁମୁହିଁ ହୋଇଥିଲେ ଦୁଇ ଦଳର ନେତା । ବିଜେପି ବିଧାୟକଙ୍କ ଗୁଳିରେ ଗୁରୁତର ଆହତ ହୋଇଛନ୍ତି ଶିବସେନା ନେତା । ଏହାକୁ ନେଇ ପୋଲିସ ମାମଲାର ଯାଞ୍ଚ କରୁଛି ।

ଖବର ମୁତାବକ, ବିଜେପି ବିଧାୟକ ଗଣପତ ଗାୟକୱାଡଙ୍କ ଗୁଳିରେ ଶିବସେନା ନେତା ମହେଶ ଗାୟକୱାଡ ଗୁରୁତର ହୋଇଛନ୍ତି । ତାଙ୍କ ଶରୀରରେ ୬ଟି ଗୁଳି ବାଜିଛି । ଘଟଣା ପରେ ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଚାଲିଛି । ଡାକ୍ତର ଶିବସେନା ନେତା ମହେଶଙ୍କ ଶରୀରରୁ ୬ଟି ଗୁଳି କାଢିଛନ୍ତି । ତେବେ ଏହି ଅଭାବନୀୟ କାଣ୍ଡ ଉଲ୍ଲାସନଗରର ହିଲ୍ ଲାଇନ୍ ପୋଲିସ ଷ୍ଟେସନରେ ଘଟିଛି ।

ଏହି ମାମଲାରେ ଅନ୍ୟ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ପୋଲିସ ଏହି ଘଟଣାରେ ୬ଜଣଙ୍କ ନାମରେ ମାମଲା ଦାୟର କରିଛି । ଏମାନଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ୩ ଜଣକୁ ଖୋଜୁଛି ପୋଲିସ । ପୋଲିସ ଆଇପିସି ଧାରା ୩୦୭, ୧୨୦ ବି, ୧୪୩, ୧୪୭, ୧୪୮, ୧୪୯, ୧୦୯, ୩୨୩, ୫୦୪ ସହିତ ମାମଲା ରୁଜୁ କରିଛି ।

ସୂଚନାଯୋଗ୍ୟ, ଉଭୟ ଗଣପତ ଓ ମହେଶଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଏକ ଜମିକୁ ନେଇ ବିବାଦ ଲାଗି ରହିଛି । ଏହି ବିବାଦକୁ ନେଇ ଉଭୟ ପକ୍ଷ ନିଜ ସମର୍ଥକଙ୍କ ସହ ଗତରାତିରେ ଉଲ୍ଲାସନଗରର ହିଲ୍ ଲାଇନ୍ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ବେଳେ ଗଣପତ ଉତ୍ତ୍ୟକ୍ତ ହୋଇ ମହେଶଙ୍କ ଉପରକୁ ୬ଟି ଗୁଳି ଚଳାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.