ରଶ୍ମିକା, କ୍ୟାଟ୍ରିନା, କାଜଲଙ୍କ ପରେ ଏବେ ଡିପଫେକ୍ର ଶିକାର ହେଲେ ବଲିଉଡର ଖିଲାଡି କୁମାର
ପ୍ରତିଦିନ ସେଲିବ୍ରିଟିମାନେ ଡିପଫେକ୍ର ଶିକାର ହେଉଛନ୍ତି । ଏବେ ବଲିଉଡର ଖିଲାଡି ଅକ୍ଷୟ କୁମାର ଡିପଫେକ୍ର ଶିକାର ହୋଇଛନ୍ତି । ତେବେ ଅନଲାଇନ୍ରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସୁପରଷ୍ଟାର ଏକ ଗେମ୍ ଏପ୍ଲିକେସନ୍ର ଆଡ୍ କରୁଛନ୍ତି ।

ବର୍ତ୍ତମାନ ଏହା AI ର ଯୁଗ, ଯାହାର କିଛି ସୁବିଧା ଏବଂ କିଛି ଅସୁବିଧା ମଧ୍ୟ ରହିଛି । ପ୍ରତିଦିନ ସେଲିବ୍ରିଟିମାନେ ଡିପଫେକ୍ର ଶିକାର ହେଉଛନ୍ତି । ଏବେ ବଲିଉଡର ଖିଲାଡି ଅକ୍ଷୟ କୁମାର ଡିପଫେକ୍ର ଶିକାର ହୋଇଛନ୍ତି । ତେବେ ଅନଲାଇନ୍ରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସୁପରଷ୍ଟାର ଏକ ଗେମ୍ ଏପ୍ଲିକେସନ୍ର ଆଡ୍ କରୁଛନ୍ତି ।
ସୂଚନା ମୁତାବକ, ଅଭିନେତା ଏପରି କୌଣସି ପ୍ରକାରର ଆଡ୍ ସହିତ ଜଡିତ ନୁହଁନ୍ତି । ସେଥିପାଇଁ ପାଇଁ ଏହି ଭିଡିଓକୁ ନେଇଁ ଅନୁସନ୍ଧାନ କରାଯାଉଛି ଏବଂ ମିଛ ଆଡ୍ ପାଇଁ ଅଭିନେତାଙ୍କ ପରିଚୟକୁ ଅପବ୍ୟବହାର କରିବା ଯୋଗୁ, ସେହି ଲୋକଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ନକଲି ସାଇବର ଅଭିଯୋଗ ସୋସିଆଲ ମିଡିଆ ବିରୋଧରେ ଦାଖଲ କରାଯାଇଛି । ଏହି ଭିଡିଓ ତିଆରି କରିଥିବା ହ୍ୟାଣ୍ଡେଲ ଏବଂ କମ୍ପାନୀ ଉପରେ ଅଭିଯୋଗ ମଧ୍ୟ କରାଯାଇଛି ।
AI ଦ୍ୱାରା ତିଆରି ହୋଇଥିବା ଭିଡିଓରେ ଅକ୍ଷୟ କହୁଛନ୍ତି, ‘‘ଆପଣ ମଧ୍ୟ ଗେମ୍ ଖେଳିବାକୁ ପସନ୍ଦ କରନ୍ତି କି ? ସେ ଏହି ଗେମ୍ ଆପ୍ ଡାଉନ୍ଲୋକଡ୍ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି । ଏହା ଦୁନିଆର ଲୋକପ୍ରିୟ ସ୍ଲଟ୍ ଯାହା ସମସ୍ତେ ଏଠାରେ ଖେଳନ୍ତି । ଏହି ଭିଡିଓ ଦେଖିବା ପରେ, ଅନେକ ୟୁଜର୍ସ ଏହାର ବାସ୍ତବତା ବୁଝିଥିଲେ ଏବଂ କମେଣ୍ଟରେ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିଥିଲେ । ଜଣେ କମେଣ୍ଟରେ ଲେଖିଛନ୍ତି, ‘ଡିପ୍ପେକ୍ ଆଲର୍ଟ’ ଏବଂ ଅକ୍ଷୟଙ୍କ ଅନ୍ୟ ଜଣେ ଫ୍ୟାନ୍ କହିଛନ୍ତି ଯେ ‘ଡିପଫେକ୍’ । ତେବେ ସେହି ଭିଡିଓରେ ଏହି ପରି ଅନେକ କମେଣ୍ଟ ଆସିଛି । ଏହା ସହ ସେମାନେ ଲୋକମାନଙ୍କୁ ସଚେତନ ମଧ୍ୟ କରାଇଛନ୍ତି ।
ଏହି ଭିଡିଓ ଦେଖିବା ପରେ ଅକ୍ଷୟ ତାଙ୍କ ପରିଚୟର ଅପବ୍ୟବହାର ହୋଇଥିବାରୁ ସେ ଅସନ୍ତୋଷ ଭାବ ପ୍ରକାଶ କରିଛନ୍ତି ଏବଂ ତାଙ୍କ ଟିମ୍ ଏହି ଭିଡିଓ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି । ତେବେ ଯଦି ଅକ୍ଷୟଙ୍କ କାମ ବିଷୟରେ କଥା ହେବା ତାହେଲେ ସେ ତାଙ୍କ ଅପ୍କମିଂ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମ ବ୍ୟତୀତ ସେ ଆହୁରି ଅନେକ ଫିଲ୍ମରେ ନଜର ଆସିପାରନ୍ତି ଯେପରି ‘ସ୍କାଏ ଫୋର୍ସ’, ‘ସିଙ୍ଘମ୍ ରିର୍ଟନ୍’, ‘ୱେଲକମ୍ ଟୁ ଦ ଜଙ୍ଗଲ’, ‘ହେରା ଫେରି ୩’ ଏହି ପରି ଅନେକ ଫିଲ୍ମ ରହିଛି ।
ତେବେ ଏହା ପୂର୍ବରୁ ରଶ୍ମିକା ମନ୍ଦାନା, ନୋରା ଫତେହି, କ୍ୟାଟ୍ରିନା କୈଫ୍, କାଜଲ ଏବଂ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଭଳି ଅଭିନେତାଙ୍କ ଡିପଫେକ୍ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଥିଲା ।