‘ସୋସିଆଲ ଡିଷ୍ଟାନସିଂ’କୁ ପାଳନ କରି ବରକନ୍ୟା ବାଡ଼ି ସାହଯ୍ୟରେ ପରସ୍ପରକୁ ପିନ୍ଧାଇଲେ ବରଣମାଳା, ଭାଇରଲ ହେଉଛି Video

ଲକଡାଉନ ଭିତରେ ସୋସିଆଲ ମିଡିଆରେ ଏକ ଅଜବ ବିବାହର ଭିଡ଼ିଓ ଖୁବ ଭାଇରଲ ହେଉଛି। ଏଥିରେ ବରକନ୍ୟା ସୋସିଆଲ ଡିଷ୍ଟାନସିଂକୁ ନଜରରେ ରଖି ବାଡ଼ି ସାହାଯ୍ୟରେ ଜଣେ ଜଣଙ୍କୁ ଫୁଲମାଳା ପିନ୍ଧାଉଥିବା ଦେଖିବାକୁ ମିଳୁଛି। ଘଟଣାଟି ଘଟିଛି ଭୋପାଳର ଧାର ଜିଲ୍ଲା କୁକ୍ଷୀ ତହସିଲ ଅନ୍ତର୍ଗତ ଟେକି ପଞ୍ଚାୟତରେ।

ଏଠାକାର ନିବାସୀ ତଥା ସରକାରୀ ଶିକ୍ଷକ ଜଗଦୀଶ ମଣ୍ଡଲୋଇ ଯେଉଁ ଉପାୟରେ ନିଜ ଝିଅ ବାହାଘର କରିଛନ୍ତି, ସେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି। କାର୍ଡ ଉପରେ ଛାପା ଯାଇଥିବା ଧାର୍ଯ୍ୟ ତାରିଖ ମୁତାବକ, ଜଗଦୀଶଙ୍କ ଝିଅ ଭାରତୀଙ୍କ ବିବାହ ଅମଝେରା ନିବାସୀ ଡା. କରଣ ସିଂ ନିଗମଙ୍କ ପୁଅ ଡା. ରାଜେଶ ନିଗମଙ୍କ ସହିତ 26 ଏପ୍ରିଲରେ ହୋଇଥିଲା।

ଗାଁରେ ଥିବା ଏକ ହନୁମାନ ମନ୍ଦିରରେ ଅଳ୍ପ କିଛି ଅତିଥିଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିଲା। କିନ୍ତୁ ଏହାପୂର୍ବରୁ ପୂରା ମନ୍ଦିର ପରିସରକୁ ସାନିଟାଇଜ କରାଯାଇଥିଲା। ବରକନ୍ୟା ପରସ୍ପରଠାରୁ 1 ମିଟର ଦୂରତାରେ ଛିଡ଼ାହୋଇ ମାଳା ପିନ୍ଧାପିନ୍ଧି ହୋଇଥିଲେ। ବିବାହ ପରେ ଅତିଥିମାନେ ନିଜ ହାତକୁ ସାବୁନରେ ଧୋଇ ବରକନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ। ଏହି ଅବସରକୁ ମନେ ରଖିବା ପାଇଁ ନବଦମ୍ପତି ମନ୍ଦିର ପରିସରରେ ଚାରା ରୋପଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.