Below header

ନାରକୀୟ କାଣ୍ଡ: ମା ପୁଅ ମିଶି ମାରିଦେଲେ ବାପାକୁ, ଶେଷରେ ନିଖୋଜ ହେବାର କଲେ ଅଭିଯୋଗ

ନୂଆଦିଲ୍ଲୀ : ବାପା ମାଙ୍କୁ ଭଗବାନ ବୋଲି କୁହାଯାଏ କିନ୍ତୁ ଆଜିକାଲି ସମୟରେ ପୁଅ ମାନେ ନିଜ ବାପାମାଆଙ୍କୁ ଦୁଃଖ ଦେବା ସହ ନିର୍ଯାତନା ଦେବା ଦେଖିବାକୁ ମିଳୁଛି। ବେଳେ ବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ଯେ ପୁଅ ପାଲଟି ଯାଉଛି ନର ରାକ୍ଷସ ଯିଏକି ନିଜ ବାପାଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି। ସେହିଏପରି ସମସ୍ତଙ୍କୁ ବିଚଳିତ ଓ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ବାପାକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ପୁଅ।

ପଶ୍ଚିମବଙ୍ଗର ଦକ୍ଷିଣ ପରଗାନାର ବାରୁପୁର ଅଞ୍ଚଳରୁ ଏପରି ଏକ ଲଜ୍ଜାଜନକ ଖବର ଆସିଛି। ଏଠାରେ ଜଣେ ପୁଅ ନୌସେନାରୁ ଅବସରପ୍ରାପ୍ତ ବାପଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଅଭିଯୋଗ ପରେ ମାମଲାର ତଦନ୍ତରେ ସମ୍ପୃକ୍ତ ପୋଲିସ ମୃତଦେହକୁ ଉଦ୍ଧାର କରିଛି। ଯେତେବେଳେ ପୋଲିସ ଏହି ଘଟଣାର ଅଧିକ ତନାଘନା କରିବାକୁ ଲାଗିଲା ସେତେବେଳେ ଜଣାପଡିଥିଲା ​​ଯେ ମା ପୁଅ ମିଶି ବାପାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଆରିରେ କାଟି ପାଞ୍ଚ ଖଣ୍ଡ କରି ଫୋପାଡ଼ି ଦେଇଥିଲେ ।

ପୋଲିସର ସୂଚନା ଅନୁସାରେ ନଭେମ୍ବର ୧୯ ରେ ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା। ମୃତକଙ୍କ ନାମ ଉଜୱାଲ ଚକ୍ରବର୍ତ୍ତୀ। ବ୍ୟକ୍ତିଙ୍କୁ ୫୫ ବର୍ଷବୋଲି ଜଣାପଡିଛି। ଉଜୱାଲ ୨୦୦୦ ମସିହାରେ ଅବସର ନେଇଥିବା ଭାରତୀୟ ନୌସେନାର ଜଣେ ଅଣ-କମିଶନ ଅଫିସର ଥିଲେ। ତେବେ ମା ପୁଅ ମିଶି ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ମର ଶରୀରକୁ ପାଞ୍ଚ ଖଣ୍ଡ କରି କାଟି ପ୍ଲାଷ୍ଟିକରେ ଗୁଡ଼ାଇ ପୋଖରୀରେ ଫୋପାଡ଼ି ଦେଇଥିଲେ ।

ସୂଚନା ଅନୁସାରେ ମୃତକଙ୍କ ପରିବାର ସଦସ୍ୟ ନଭେମ୍ବର ୧୫ରେ ଏକ ନିଖୋଜ ଅଭିଯୋଗ କରିଥିଲେ, କିନ୍ତୁ ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା ସେତେବେଳେ ପୁଅ ବାପାଙ୍କୁ ହତ୍ୟା କରିଥିବା ଜଣାପଡିଥିଲା। ନଭେମ୍ବର ୧୪ ରେ ତାଙ୍କ ପରିବାରରେ ବହୁତ ଝଗଡା ହୋଇଥିଲା । ଝଗଡା ଏତେ ବଢିଯାଇଥିଲା ଯେ ବାପାକୁ ଜୀବନରୁ ମାରିବା ପାଇଁ ପୁଅ ପଛାଇ ନଥିଲା।

ଏହି ଘଟଣାର ତଦନ୍ତ ଚାଲିଥିବାର ପୋଲିସ କହିଛି। ବର୍ତ୍ତମାନ ପୋଖରୀରେ ଭାସୁଥିବା ମୃତଦେହର ଅଂଶକୁ ପୋଲିସ ଉଦ୍ଧାର କରିଛି। ହତ୍ୟା କରି ମୃତଦେହକୁ ପୋଖରୀରେ ପରେ ଭସାଇ ଦେବା ପରେ ପତ୍ନୀ ଓ ପୁଅ ନିଜେ ଏହି ମାମଲା ଦାୟର କରିଥିଲେ। ତେବେ ଉଜୱାଲ ଚକ୍ରବର୍ତ୍ତୀ ୨୨ ବର୍ଷ ପୂର୍ବେ ଅବସର ନେବା ପରେ ଦୁଇଟି ବେସରକାରୀ ସଂସ୍ଥାରେ କାମ କରୁଥିଲେ କିନ୍ତୁ ଚାକିରି ଛାଡି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.