Below header

ଧଳା ଚାଦର ଆଚ୍ଛାଦିତ ମୟୁରଭଞ୍ଜ ଜିଲ୍ଲା: ଶିମିଳିପାଳ ଅଭୟାରଣ୍ୟର ନଅଣା ଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ

କରଞ୍ଜିଆ(କେନ୍ୟୁଜ): ଖସୁଛି ପାରଦ ବଢୁଛି ଶୀତ । ଶୀତ ସହିତ କୁହୁଡି ଯୋଗୁଁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି ମୟୁରଭଞ୍ଜ ଜିଲ୍ଲାକୁ । ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଶୀତ । ଶୀତ ବଢିବା ଯୋଗୁଁ ସକାଳୁ ଏବଂ ସନ୍ଧ୍ୟାରେ ଶୀତ ବସ୍ତ୍ର ପିନ୍ଧିବାକୁ ପଡୁଛି । ଗତକାଲି ଠାରୁ ଆଜି ଶୀତ ଅଧିକ ଅନୁଭୂତି ହେଉଛି । ଆଜି ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ନଅଣା ଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

କୁହୁଡି ଏବଂ ଶୀତ ପଡ଼ୁଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ଶିମିଳିପାଳରେ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁ ଜାଳି ବସି ରହୁଛନ୍ତି । ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ସର୍ବାଧିକ ଶୀତ ଅନୁଭୂତ ହେଉଛି । ଶୀତ ସହିତ କୁହୁଡି ଯୋଗୁଁ ରାସ୍ତା ଯିବା ଆସିବା କଷ୍ଟକର ହୋଇପଡିଛି । କୁହୁଡି ଯୋଗୁଁ ଯେଉଁ ପଟେ ଦେଖିବେ ସେପଟେ କେବଳ ଧଳା ଚାଦର ପଡ଼ିଛି । କରଞ୍ଜିଆ ଉପଖଣ୍ଡରେ ଶୁକୃଳି, ରରୁଆ, ଯଶିପୁର ଅଞ୍ଚଳରେ ପ୍ରବଳ କୁହୁଡି ପଡିଛି । ଶୀତ ହେଉଥିବାରୁ କରଞ୍ଜିଆ ସହରରେ ରାଜ୍ୟବାହରୁ ଶୀତ ବସ୍ତ୍ର ବିକ୍ରି କରିବାକୁ ବ୍ୟପାରୀଙ୍କ ସୁଅ ଛୁଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.