ଗାର୍ଲଫ୍ରେଣ୍ଡ ସବାଙ୍କ ସହ ଲିଭ୍‌-ଇନ୍‌ରେ ରହିବେ ହ୍ରିତିକ୍‌, ୧୦୦ କୋଟି ଖର୍ଚ୍ଚ କରି କିଣିଲେ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ

ହ୍ରିତିକ ରୋଶନ ଏବେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଆଗରୁ ସେ ତାଙ୍କ ଗାର୍ଲଫ୍ରେଣ୍ଡ ସବାଙ୍କୁ ନେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ଏବେ ପୁଣି ଆଉ ଏକ କଥା ତାଙ୍କ ନାମରେ ଶୁଣିବାକୁ ମିଳୁଛି । ଅଭିନେତା ହ୍ରିତିକ ରୋଶନ ବର୍ତ୍ତମାନ ସବା ଆଜାଦଙ୍କୁ ଡେଟ କରୁଛନ୍ତି। ହ୍ରିତିକ ଏବଂ ସବା ସେମାନଙ୍କର ସମ୍ପର୍କକୁ ଗ୍ରହଣ କରିଛନ୍ତି ଏବଂ ଉଭୟ ପ୍ରାୟତଃ ପରସ୍ପର ସହିତ ଅଧିକରୁ ଅଧିକ ସମୟ ବିତାଉଥିବାର ନଜର ଆସୁଛନ୍ତି।

ଏଥି ପାଇଁ ଏହି ଯୋଡି ମୁମ୍ବାଇରେ ଏକ ଆର୍ପାଟମେଣ୍ଟ ମଧ୍ୟ ଠିକ କରି ସାରିଛନ୍ତି । ଆଉ ଖୁବ ଶୀଘ୍ର ସେମାନେ ଏହି ଘରକୁ ସିପ୍ଟ ମଧ୍ୟ ହେବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ ଏହି ପ୍ରେମୀ ଯୁଗଳ ଏକା ସହିତ ରହିବାକୁ ଯୋଜନା କରୁଛନ୍ତି । ହ୍ରିତିକଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ ସେ ତାଙ୍କ ଲେଡିଲଭ ସବାଙ୍କ ସହ ଦୀର୍ଘ ସମୟ ରହିବାକୁ ଚିନ୍ତା କରୁଛନ୍ତି। ରିପୋର୍ଟରେ ଏହା ମଧ୍ୟ ପ୍ରକାଶ କରାଯାଇଛି କି ସବା ଏବଂ ହ୍ରିତିକ ମୁମ୍ବାଇର ‘ମନ୍ନାତ’ ନାମକ ଏକ ବିଲ୍ଡିଂରେ ଥିବା ଆପାର୍ଟମେଣ୍ଟରେ ରହିବେ। ତାଙ୍କ ଆପାର୍ଟମେଣ୍ଟରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଏହାର କାମ ସରିବା ମାତ୍ରେ ଏକାଠି ନୂଆ ଘରକୁ ଯିବେ।

 

View this post on Instagram

 

A post shared by F I L M Y G Y A N (@filmygyantelly1)

ତେବେ ଏହି ଆର୍ପାଟମେଣ୍ଟ ପାଇଁ ହ୍ରିତିକ ପାଖାପାଖି ୧୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହ୍ରିତିକ ୯୭.୫୦ କୋଟି ଦେଇ ଦୁଇଟି ଆର୍ପାଟମେଣ୍ଟ କ୍ରୟ କରିଛନ୍ତି ଯେଉଁଟା ଜୁହୁ ବର୍ସୋବା ରୋଡରେ ଅବସ୍ଥିତ । ଏହି ଆପାର୍ଟମେଣ୍ଟଗୁଡିକ ୧୫ ଏବଂ ୧୬ ମହଲାରେ ଅଛି। ୩୮,୦୦୦ ବର୍ଗଫୁଟ ଉପରେ ବିସ୍ତାର ହୋଇଛି। ଏହା ପୂର୍ବରୁ ହ୍ରିତିକ ୬୭.୫୦ କୋଟି ଟଙ୍କା ଦେଇ ୧୫ ମହଲା ଆପାର୍ଟମେଣ୍ଟ କିଣିଥିଲେ। ସେ ଏହି ଦ୍ୱିତୀୟ ଆପାର୍ଟମେଣ୍ଟରେ ପ୍ରାୟ ୩୦ କୋଟି ଖର୍ଚ୍ଚ କରିଥିଲେ।

କହିବାକୁ ଗଲେ ହ୍ରିତିକଙ୍କ ହାତରେ ଏବେ ବହୁ ବଡ ବଡ ପ୍ରୋଜେକ୍ଟ ରହିଛି । ଆଗକୁ ତାଙ୍କର ଫିଲ୍ମ ଫାଇଟର ରିଲିଜ ହେବାକୁ ଯାଉଛି । ଏଥିରେ ହ୍ରିତିକଙ୍କ ବିପକ୍ଷରେ ଦୀପିକା ପାଦୁକୋନ ନଜର ଆସିବେ ।

 

You might also like