ବାତ୍ୟା ଯାଇଛି, ଆସୁଛି ଆଉ ଏକ ଲଘୁଚାପ
କିଛି ଦିନ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଫଳରେ ଆସନ୍ତା ସପ୍ତାହ ପ୍ରାରମ୍ଭରେ ଦକ୍ଷିଣପୂର୍ବ ଭାରତରେ ବର୍ଷା ପରିମାଣ ବଢ଼ିବ ।

କେନ୍ୟୁଜ(ବ୍ୟୁରୋ) : ବାତ୍ୟା ଯାଇଛି, ଆସୁଛି ଆଉ ଏକ ଲଘୁଚାପ । କିଛି ଦିନ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଫଳରେ ଆସନ୍ତା ସପ୍ତାହ ପ୍ରାରମ୍ଭରେ ଦକ୍ଷିଣପୂର୍ବ ଭାରତରେ ବର୍ଷା ପରିମାଣ ବଢ଼ିବ ।
ଏନେଇ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ପୂର୍ବାନୁମାନ କରିଛନ୍ତି । ଗତକାଲି ବାତ୍ୟା ମିଧିଲି ବାଂଲାଦେଶର ଖେପୁପରାରେ ଲ୍ୟାଣ୍ଡଫଲ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୮୫ କିଲୋମିଟର ରହିଥିଲା ।