ଉତ୍ତରକାଶୀ ଟନେଲ ଦୁର୍ଘଟଣା: ଭାଙ୍ଗିଗଲା ଆମେରିକାରୁ ଆସିଥିବା ଡ୍ରିଲିଂ ମେସିନ, ଉଦ୍ଧାର କାର୍ଯ୍ୟ ବନ୍ଦ

ବାରମ୍ବାର ବାଧା ଉପୁଜୁଥିବାରୁ ବିଳମ୍ବିତ ହେଉଛି ଉଦ୍ଧାର କାର୍ଯ୍ୟ । ଆମେରିକାରୁ ଆସିଥିବା ମେସିନ ଭାଙ୍ଗିବାରୁ କାମ ଅଧାରୁ ବନ୍ଦ ହୋଇଯିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି । ପାଖାପାଖି ୨୫ ମିଟର ଡ୍ରିଲିଂ ପରେ କାମ ବନ୍ଦ ରହିଛି ।

ଉତ୍ତରାଖଣ୍ଡ ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଥିବା ଟନେଲ ମଧ୍ୟରେ ଫସି ରହିଛନ୍ତି ୪୦ଜଣ ଶ୍ରମିକ । ଗତକାଲି ଅପରାହଣରୁ ରେସକ୍ୟୁ ଅପରେସନ ବନ୍ଦ ପରେ ଶ୍ରମିକଙ୍କ ପରିବାର ଆଶଙ୍କାରେ । ଆମେରିକାରୁ ଆସିଥିବା ମେସିନ ଭାଙ୍ଗିବାରୁ କାମ ଅଧାରୁ ବନ୍ଦ ହୋଇଯିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି । ପାଖାପାଖି ୨୫ ମିଟର ଡ୍ରିଲିଂ ପରେ କାମ ବନ୍ଦ ରହିଛି । ଡ୍ରିଲିଂ ସମୟରେ ମେସିନ ତଳେ କୌଣସି ମେଟାଲିକ୍‌ ଜିନିଷ ଆସିବା ଯୋଗୁଁ ଜୋରରେ ଶବ୍ଦ ଶୁଣାଯାଇଥିଲା । ଫଳରେ ଅପରାହ୍ନଣ ୨.୪୫ ମିନିଟରୁ କାମ ବନ୍ଦ ରହିଛି । ୬ ଦିନ ହେଲା ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଫସି ରହିଥିବା ୪୦ ଶ୍ରମିକଙ୍କୁ ରେସକ୍ୟୁ ପାଇଁ ଅତ୍ୟାଧୁନିକ ମେସିନ ନିୟୋଜିତ କରାଯାଇଛି ।

ଆମେରିକୀୟ ଅଉଗାର ମେସିନରେ ଚାଲିଥିଲା ଡ୍ରିଲିଂ କାମ। କିନ୍ତୁ ବାରମ୍ବାର ବାଧା ଉପୁଜୁଥିବାରୁ ବିଳମ୍ବିତ ହେଉଛି ଉଦ୍ଧାର କାର୍ଯ୍ୟ । ପାଖାପାଖି ୨୫ ମିଟର ଡ୍ରିଲିଂ ପରେ କାମ ବନ୍ଦ ରହିଛି । ଉଦ୍ଧାରକାରୀ ଦଳଙ୍କୁ ୬୦ ମିଟର ପାଖାପାଖି ଡ୍ରିଲ କରିବାକୁ ହେବ। ସେଥିରେ ୯୦୦ ମିମିର ହ୍ୟୁମ ପାଇପ୍ ଭର୍ତ୍ତି କରାଯିବ। ଫସି ରହିଥିବା ଶ୍ରମିକମାନଙ୍କୁ ଖାଦ୍ୟ ପାଇପ ଯୋଗେ ଯୋଗାଇ ଦିଅଯାଉଛି । ପାଇପ ମାଧ୍ୟମରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯୋଜନା ରହିଛି । ଫସିଥିବା ଶ୍ରମିକମାନଙ୍କ ପାଇଁ ଟ୍ୟୁବ୍ ମାଧ୍ୟମରେ ଅକ୍ସିଜେନ୍, ପାଣି, ଖାଦ୍ୟ ପ୍ୟାକେଟ୍ ଏବଂ ଔଷଧ ଯୋଗାଇ ଦିଆଯାଉଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି ।

ରେସକ୍ୟୁରେ ସାମିଲ ହୋଇଛନ୍ତି ଉତ୍ତରପ୍ରଦେଶ ଓ ଝାରଖଣ୍ଡ ଟିମ୍ । ଏପରିକି ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ସୂଚନାଯୋଗ୍ୟ, ଉତ୍ତରକାଶୀର ବ୍ରହ୍ମଖାଲ- ଯମୁନେତ୍ରୀ ଜାତୀୟ ରାଜପଥରେ ସିଲ୍କୟାରା ଓ ଦଣ୍ଡଲଗାଓଁ ମଧ୍ୟରେ ନିର୍ମାଣାଧୀନ ଟନେଲ ନଭେମ୍ବର ୧୨ତାରିଖରେ ଭୁଶୁଡ଼ି ପଡ଼ିଥିଲା । ୪.୫ କିମି ଲମ୍ବା ଟନେଲର ବଡ ଅଂଶ ଧସିଯାଇଛି । ଫସି ରହିଥିହା ୪୦ ଶ୍ରମିକଙ୍କ ମଧ୍ୟରେ ୫ଜଣ ଓଡ଼ିଆ ଅଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଏସଡିଆରଏଫ, ଏନଡିଆରଏଫ, ପୋଲିସ, ସ୍ବାସ୍ଥ୍ୟ ବିଭାବ, ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.