ନୁପୂର ଶର୍ମାଙ୍କ ଜୀବନ ପ୍ରତି ବିପଦ! ପୂରା ଦେଶକୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ନୁପୂର ଶର୍ମାଙ୍କ ଉପରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟରେ ନୁପୂର ଶର୍ମାଙ୍କ ପକ୍ଷରୁ ଦାଖଲ ପିଟିସନରେ କୁହାଯାଇଛି ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ସେ ଦେଶର ବିଭିନ୍ନ ସ୍ଥାନରେ ମାମଲାର ଶୁଣାଣି ପାଇଁ ଯାଇ ପାରିବେ ନାହିଁ। ଏଭଳି ସ୍ଥିତିରେ ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରି ଦିଆଯାଉ।

ଏହା ଉପରେ ସର୍ବୋଚ୍ଚ ଅଦାଲତ ତାଙ୍କୁ କୌଣସି ଆରାମ ଦେଇ ନାହାନ୍ତି, ବରଂ ଦୃଢ଼ ମନ୍ତବ୍ୟ ଦେଇ ତାଙ୍କୁ କ୍ଷମା ମାଗିବାକୁ କହିଛନ୍ତି। କୋର୍ଟ ନୁପୂର ଶର୍ମାଙ୍କୁ ତାଗିଦ କରି କହିଛନ୍ତି ଯେ ତାଙ୍କର ହିଁ ଏକ ବୟାନ ଯୋଗୁ ମାହୋଲ ଖରାପ ହୋଇଯାଇଛି। ଏତିକି ନୁହେଁ, ନୁପୂର ଶର୍ମା କ୍ଷମା ମାଗିବାରେ ବିଳମ୍ବ କରିଛନ୍ତି ଏବଂ ତାଙ୍କ ଯୋଗୁ ଦୁଃର୍ଭାଗ୍ୟଜନକ ଘଟଣା ଘଟିଛି।

କୋର୍ଟ କହିଛନ୍ତି, ଏହି ପୂରା ବିବାଦ ଟିଭି ବିତର୍କ ମାଧ୍ୟମରେ ହିଁ ବ୍ୟାପିଛି, ତେଣୁ ସେ ସେହିଠାକୁ ଯାଇ ପୂରା ଦେଶକୁ କ୍ଷମା ମାଗିବା ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.