ଭାରତର ବିମାନ ପହଞ୍ଚିଗଲା ପାକିସ୍ତାନରେ, ମଝି ଆକାଶରେ କାମ କଲାନି ଇଣ୍ଡିକେଟର କରାଚିରେ କଲା ଜରୁରୀ ଲ୍ୟାଣ୍ଡିଂ

ସ୍ପାଇସ୍‌ଜେଟର ଏକ ବିମାନରେ ସମସ୍ୟା ଦେଖା ଦେବାରୁ ଏହାକୁ ପାକିସ୍ତାନର କରାଚିରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଇବାକୁ ପଡ଼ିଛି। ଏହି ବିମାନ (SG-11) ଦିଲ୍ଲୀରୁ ଦୁବାଇ ଯାଉଥିଲା। ହେଲେ ମଝି ଆକାଶରେ ହଠାତ୍‌ ସମସ୍ୟା ଦେଖା ଦେବାରୁ ଏହା ପାକିସ୍ତାନ ଆଡ଼କୁ ଦିଗ ପରିବର୍ତ୍ତନ କରିଥିଲା। କୁହାଯାଉଛି ଯେ ବିମାନର ଇଣ୍ଡିକେଟର ଲାଇଟ୍‌ରେ କିଛି ସମସ୍ୟା ରହିଥିଲା।

ସ୍ପାଇସ୍‌ଜେଟ ବିମାନକୁ କରାଚିରେ ଲ୍ୟାଣ୍ଡିଂ କରାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ବାହାର କରାଯାଇଛି। ତେବେ ଏହା ଏମରଜେନ୍ସି ଲ୍ୟାଣ୍ଡିଂ ନ ଥିଲା, ବରଂ ବିମାନକୁ ସାଧାରଣ ଉପାୟରେ ଲ୍ୟାଣ୍ଡ୍‌ କରାଯାଇଥିବା କୁହାଯାଇଛି। ବର୍ତ୍ତମାନ ଅନ୍ୟ ଏକ ବିମାନକୁ କରାଚି ପଠାଯାଇଛି। ଏହି ବିମାନ ଯାତ୍ରୀମାନଙ୍କୁ ନେଇ ଦୁବାଇ ଅଭିମୁଖେ ଯାତ୍ରା କରିବ।

ଏହି ମାମଲାରେ DGCAର ବୟାନ ମଧ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ବିମାନର କ୍ରୁ ମେମ୍ବର ପ୍ରଥମେ ଦେଖିବାକୁ ପାଇଲେ ଯେ ଫୁଏଲ୍‌ ଟ୍ୟାଙ୍କ୍‌ର ଇଣ୍ଡିକେଟର ଇନ୍ଧନ ମାତ୍ରା ଦ୍ରୁତ ଗତିରେ ହ୍ରାସ ପାଉଥିବାର ଇଣ୍ଡିକେଟ୍‌ କରିଥିଲା। ଏହାପରେ ତୁରନ୍ତ ଯାଞ୍ଚ କରାଯାଇଥିଲେ ହେଁ ସେଠି କୌଣସି ସମସ୍ୟା ମିଳି ନ ଥିଲା। ଟ୍ୟାଙ୍କ୍‌ରେ କେଉଁଠୁ ବି କିଛି ଲିକ୍‌ ନ ଥିଲା। ତଥାପି ଇଣ୍ଡିକେଟର ଇନ୍ଧନ କମ୍‌ ଥିବା ଦେଖାଇଥିଲା, ଯେଉଁ କାରଣରୁ ବିମାନକୁ କରାଚିରେ ଲ୍ୟାଣ୍ଡ୍‌ କରାଯାଇଥିଲା।

ଚଳିତ ମାସ ୨ ତାରିଖରେ ବି ସ୍ପାଇସ୍‌ଜେଟର ବିମାନରେ ସମସ୍ୟା ଦେଖା ଦେଇଥିଲା। ସେହି ସମୟରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.