ଗଣମାଧ୍ୟମରେ ରହିବେ ନାହିଁ ମହିଳା ଆଙ୍କର, ଆସିବେନି କେହି ମହିଳା ଅତିଥି…ମିଡିଆକୁ ତାଲିବାନର ନୂଆ ଆଦେଶ ଜାରି

ଆଫ୍‌ଗାନିସ୍ତାନରେ ତାଲିବାନ ଦ୍ୱାରା ମହିଳାଙ୍କ ଉପରେ ଲଗାତାର ପ୍ରତିବନ୍ଧକ ଲଗାଯାଉଛି। ସେମାନଙ୍କ ସ୍କୁଲ ଶିକ୍ଷା ଉପରେ ପ୍ରହାର କରିବା ପରେ ଏବେ ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଉପରେ ନାନା ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ତାଲିବାନ ତରଫରୁ ମିଡିଆକୁ ନୂଆ ଆଦେଶ ଜାରି କରାଯାଇଛି। ଏଥିରେ କୁହାଯାଇଛି କି, କୌଣସି ବି ମହିଳା ଆଙ୍କର, ପୁରୁଷଙ୍କ ସହିତ ଶୋ’ ହୋଷ୍ଟ୍‍ କରି ପାରିବେ ନାହିଁ। ଏଥି ସହିତ କେହି ବି ମହିଳା ଅତିଥି ଶୋ’କୁ ଆସି ପାରିବେ ନାହିଁ।

ଏହି ଆଦେଶନାମାରେ ତାଲିବାନ ମିଡିଆକୁ ସ୍ପଷ୍ଟ କରିଛି ଯେ ମହିଳାଙ୍କ ଉପରେ ଆହୁରି ମଧ୍ୟ ପ୍ରତିବନ୍ଧକ ଲଗାଯିବ। ସେଗୁଡ଼ିକ ମଧ୍ୟରେ ମହିଳାଙ୍କ ପାଇଁ କୌଣସି କଲ୍‌ ଇନ୍‌ ଶୋ’ ହେବ ନାହିଁ। ମହିଳାଙ୍କୁ ପୁରୁଷଙ୍କ ସହିତ ସେୟାର ଅଫିସ୍‌ ମିଳିବ ନାହିଁ। ପୁରୁଷଙ୍କ ସହ ସେମାନେ ହୋଷ୍ଟିଙ୍ଗ୍‌ ମଧ୍ୟ କରି ପାରିବେ ନାହିଁ। ଏତିକି ନୁହେଁ, କୌଣସି ଲାଇଭ୍‌ ରେଡିଓ ପ୍ରୋଗ୍ରାମରେ ବି ମହିଳାଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଇ ଦିଆଯିବ।

ବର୍ତ୍ତମାନ ସମୟରେ ପୂରା ବିଶ୍ୱ ସାମ୍ନାରେ ତାଲିବାନ ନିଜର ମହିଳା ବିରୋଧୀ ଚିନ୍ତାଧାରା ଯୋଗୁ ସମାଲୋଚନାର ଶିକାର ହେଉଛି। ନିକଟରେ ତାଲିବାନ ବିଶ୍ୱବିଦ୍ୟାଳୟରେ ମହିଳାଙ୍କ ପାଠପଢ଼ା ଉପରେ ରୋକ୍‌ ଲଗାଇ ଦେଇଥିଲା। ଏପରି କି, ମହିଳା ପାର୍କ ଯିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଥିଲା।

ତାଲିବାନର ଏହି ମହିଳା ବିରୋଧୀ ଚିନ୍ତାଧାରାର ବିଶ୍ୱ ସ୍ତରରେ ବିରୋଧ ହୋଇଆସୁଛି। ଜି-୭ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏକ ବୟାନରେ ଜୋର୍‌ ଦେଇ କହିଥିଲେ କି, ତାଲିବାନକୁ ନିଜର ମହିଳା ବିରୋଧୀ ନୀତି ବଦଳାଇବାକୁ ପଡ଼ିବ। ଏଥି ସହିତ ତାଲିବାନ ଏନ୍‌ଜିଓରେ ମହିଳାଙ୍କୁ ନିଯୁକ୍ତି ନ ଦେବାକୁ ମଧ୍ୟ ଆଦେଶ ଦେଇଥିଲା।

କହି ରଖୁଛୁ, ଯେତେବେଳେ ତାଲିବାନ ଆଫ୍‌ଗାନିସ୍ତାନରେ ନିଜର ସରକାର ଗଠନ କରିଥିଲା, ତ ସେତେବେଳେ ଦାବି କରିଥିଲା କି, ସେମାନେ ମହିଳାଙ୍କ ଉପରେ କୌଣସି ପ୍ରତବନ୍ଧକ ଲଗାଇବେ ନାହିଁ। ଏପରି କି, କୁହାଯାଇଥିଲା ଯେ ଏହା ନୂଆ ତାଲିବାନ, ଯାହା ମହିଳାଙ୍କ ଅଧିକାରକୁ ସମ୍ମାନ ଦେଇଥାଏ।