ମାମଲା ରୁଜୁରେ ନିର୍ଦ୍ଦିଷ୍ଟ ଅବଧି ରହିବ ନାହିଁ, ଅନିର୍ଦ୍ଦିଷ୍ଟ କାଳ ପାଇଁ ପରିବର୍ଦ୍ଧିତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାମଲା ରୁଜୁରେ ନିର୍ଦ୍ଦିଷ୍ଟ ଅବଧି ରହିବ ନାହିଁ । ଅନିର୍ଦ୍ଦିଷ୍ଟ କାଳ ପାଇଁ ପରିବର୍ଦ୍ଧିତ କଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦଲାତ ବା ଉପର କୋର୍ଟରେ ଆବେଦନ ପାଇଁ ନିର୍ଦ୍ଦିଷ୍ଟ ଅବଧି ରହିଥାଏ ।

କରୋନା ମହାମାରୀ ପାଇଁ ଏହା ଉପରେ ସୁପ୍ରିମକୋର୍ଟ କୋହଳ କରିଛନ୍ତି । ପୂର୍ବରୁ ଏହା ଗତ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ବଳବତ୍ତର ଥିଲା । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖିଲେ ସର୍ବୋଚ୍ଚ ନ୍ୟାୟାଳୟ । ସାରା ଦେଶରେ ସବୁ ପ୍ରକାର ଅଦାଲତରେ ଲାଗୁ ହେବ ଏହି ନିର୍ଦ୍ଦେଶନାମା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.