ଏହି ବର୍ଷ ପୂର୍ବ ଅପେକ୍ଷା ହେବ ଅଧିକ ଗରମ, ସୂଚନା ଦେଇଛନ୍ତି ପାଣିପାଗ ବିଭାଗ

ଚଳିତ ବର୍ଷ ଗରମ ଅଧିକ ହେବ ବୋଲି ସୂଚନା ମିଳୁଛି। ଏପ୍ରିଲରୁ ଜୁନ ମାସ ଭିତରେ ଉତ୍ତର ଭାରତରେ ତାପମାତ୍ରା ଅଧା ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଅଧିକ ହୋଇପାରେ। ପାଣିପାଗ ବିଭାଗ ଏହାର ସୂଚନା ଦେଇଛନ୍ତି। ଅନୁମାନ କରାଯାଉଛି ଯେ ଏହି ତିିନି ମାସରେ ତାପମାତ୍ରା ଦିନ ଏବଂ ରାତିରେ ଅଧା ଡିଗ୍ରୀ ଅଧିକ ରହିବ।

ପାଣିପାଗ ବିଭାଗ ଆହୁରି ମଧ୍ୟ ଜଣାଇଛି ଯେ ଭୀଷଶ ଗରମ କାରଣରୁ ଏଥର ଲୁ ର ସ୍ଥିତି ମଧ୍ୟ ଗମ୍ଭୀର ହେବା ବିଭାଗର ପୂର୍ବାନୁମାନ ଅନୁଯାୟୀ ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ, ପୂର୍ବ ଏବଂ ପଶ୍ଚିମ ଉତ୍ତର ପ୍ରଦେଶ, ପୂର୍ବ ଏବଂ ପଶ୍ଚିମ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ଓଡିଶା, ଗୁଜରାଟ, ମଧ୍ୟ ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକର କିଛି ଅଂଶ ଏବଂ ତେଲେଙ୍ଗାନାରେ ଏପ୍ରିଲ ଏବଂ ଜୁନ ମାସରେ ଭୀଷଣ ଗରମ ଅନୁଭୂତ ହେବ। ଏହି କାରଣ ପାଇଁ ତାପମାତ୍ରା ସାମାନ୍ୟ ଠାରୁ ୦.୫ ସେଲସିୟସକୁ ନେଇ ୧ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଅଧିକ ରେକର୍ଡ କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.