ଆଜି ଆସିବ ବାଘ ଗଣନା ରିପୋର୍ଟ, ମହୀଶୂରରେ ଆଇବିସିଏର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବିଶ୍ୱରେ ୭ ପ୍ରଜାତିର ବାଘ, ସିଂହ, କଲରାପତରିଆ, ହିମଚରା, ଜାଗୁଆର, ପୁମା ଓ ଚିତା ବଂଶର ସୁରକ୍ଷା ଓ ସଂରକ୍ଷଣ ଆଇବିସିଏ ଲକ୍ଷ୍ୟ । ଏଥିସହ ଅବାଧ ଶିକାର ଓ ବେଆଇନ ବନ୍ୟପ୍ରାଣୀ ଚାଲାଣ ରୋକିବା ଏହାର ଲକ୍ଷ୍ୟ ।

କେନ୍ୟୁଜ୍(ବ୍ୟୁରୋ): ଆଜି ଆସିବ ବାଘ ଗଣନା ରିପୋର୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହୀଶୂର ସ୍ଥିତ କର୍ଣ୍ଣାଟକ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପରିସରରେ ଇଣ୍ଟରନ୍ୟାସନାଲ ବିଗ କ୍ୟାଟ୍ସ ଆଲାଏନ୍ସ ବା ଆଇବିସିଏର ଶୁଭାରମ୍ଭ କରିବେ । ଏଥିସହ ଦେଶର ସଦ୍ୟତମ ବାଘ ଗଣନା ରିପୋର୍ଟ ଜାରି କରିବେ । ବିଶ୍ୱରେ ୭ ପ୍ରଜାତିର ବାଘ, ସିଂହ, କଲରାପତରିଆ, ହିମଚରା, ଜାଗୁଆର, ପୁମା ଓ ଚିତା ବଂଶର ସୁରକ୍ଷା ଓ ସଂରକ୍ଷଣ ଆଇବିସିଏ ଲକ୍ଷ୍ୟ । ଏଥିସହ ଅବାଧ ଶିକାର ଓ ବେଆଇନ ବନ୍ୟପ୍ରାଣୀ ଚାଲାଣ ରୋକିବା ଏହାର ଲକ୍ଷ୍ୟ ।

୧୯୭୩ ଏପ୍ରିଲ ୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ପ୍ରୋଜେକ୍ଟ ଟାଇଗର ଆରମ୍ଭ କରିଥିଲେ । ଶେଷଥର ପାଇଁ ଭାରତରେ ୨୦୧୮ରେ ବାଘ ଗଣନା ହୋଇଥିଲା । ଗଣନା ଅନୁସାରେ ଦେଶରେ ମୋଟ ୨ ହଜାର ୯୬୭ ବାଘ ଥିଲେ । ଯାହାକି ବିଶ୍ୱର ମୋଟ ୭୦ ପ୍ରତିଶତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.