ମିସାଇଲ ମାଡ଼ରେ ୟୁକ୍ରେନର ୧୦ ସହର ଛାରଖାର, ଖେରସନକୁ କବ୍‌ଜା କଲା ଋଷ

ମିସାଇଲ ମାଡ଼ରେ ୟୁକ୍ରେନର ୧୦ ସହର ଛାରଖାର। ଖେରସନକୁ କବ୍‌ଜା କଲା ଋଷ। ଅନ୍ୟତମ ବନ୍ଦରୀ ନଗରି ବର୍ଡିଆନସ୍କୁ ମଧ୍ୟ ଋଷ ନିଜ ନିୟନ୍ତ୍ରଣକୁ ନେଇଛି। ଋଷ ପକ୍ଷରୁ ଖାରକିଭ, ଚର୍ନିହିବ, ମାରିଉପଲ, ସୁକାଚି, ବୁକା, ଓଡେଶା ଆଦି ସହର ଉପରେ ପ୍ରଚଣ୍ଡ ମିସାଇଲ, ରକେଟ ଓ ତୋପମାଡ଼ କରାଯାଇଛି। ଏସବୁ ସହରକୁ ଋଷ ସେନା ଘେରି ରହିଛନ୍ତି।

ସହର ସାରା କେବଳ ଧ୍ୱସ ବିଧ୍ୱସ୍ତ ଅଟ୍ଟାଳିକା ମୁଣ୍ଡ ଟେକିଛି। ରାସ୍ତାଘାଟ ଶୂନଶାନ ହୋଇପଡିଛି। ସେଠାକାର ଆଞ୍ଚଳିକ ପ୍ରଶାସନିକ କାର୍ଯ୍ୟାଳୟକୁ ଋଷ ସେନା କବଜା କରିଛନ୍ତି। ଶାନ୍ତିପୂର୍ଣ୍ଣ ଇଜତୟମ ସହର ଉପରେ ମଧ୍ୟରାତ୍ରିରେ ସାଂଘାତିକ ଏୟାର ଷ୍ଟ୍ରାଇକ କରାଯାଇଥିଲା। କିଭ ଅଭିମୁଖେ ଅଗ୍ରସର ହେଉଥିବା ଋଷ ସେନା ଅଭିଯାନର ଗତି ଧିମା ପଡିଯାଇଛି। ସେମାନଙ୍କ ପାଖରେ ଖାଦ୍ୟ ଉନ୍ଧର ଅଭାବ ଦେଖାଦେଇଛି।

ମାନବୀୟ କରିଡ଼ର ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି। ଫ୍ରାନ୍ସ ରାଷ୍ଟ୍ର ଇମାନୁଏଲ ମାକ୍ରନ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ୯୦ ମିନିଟ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ପୁଟିନ ସମଗ୍ର ୟୁକ୍ରେନକୁ କବ୍‌ଜା କରି ଏକ ନିରପେକ୍ଷ ରାଷ୍ଟ୍ର କରିବାକୁ ଯୋଜନା କରିଛନ୍ତି ବୋଲି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.