ଏଣିକି ଟିକ୍‌ଟକ୍‌ ଭିଡିଓ ମାଧ୍ୟମରେ ଶିକ୍ଷାଦାନ ହେବ, ଆଇଏମଏମ ଇନ୍ଦୋର ପକ୍ଷରୁ ଟିକ୍‌ଟକ୍‌ ସହ ବୁଝାମଣା ପତ୍ର ହୋଇଛି ସ୍ୱାକ୍ଷର

ଟିକ୍‌ଟକ୍‌ ଭିଡିଓ ମାଧ୍ୟମରେ ଏଣିକି ଶିକ୍ଷାଦାନ ହେବ । ପାଠ ପଢିବେ ଇନ୍ଦୋରର ଆଇଏମଏମ ଛାତ୍ରଛାତ୍ରୀ । ଏନେଇ ଆଇଏମଏମ ଇନ୍ଦୋର ପକ୍ଷରୁ ଟିକ୍‌ଟକ୍‌ ସହ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଯୁବକ-ଯୁବତୀଙ୍କ ମଧ୍ୟରେ ଟିକଟକର ଆଗ୍ରହକୁ ଦେଖି ମନୋରଞ୍ଜନ ଛଡା ଶିକ୍ଷାଦାନ ପାଇଁ ଏଭଳି ପ୍ରୟାସ ଆରମ୍ଭ କରିଛି IIM – INDORE । ଏ ବୁଝାମଣା ଅନୁସାରେ ମ୍ୟାନେଜମେଣ୍ଟର କ୍ଷୁଦ୍ର ଟକଟକ ପ୍ରସ୍ତୁତ କରି ଏହା ଛାତ୍ରଛାତ୍ରୀଙ୍କୁ ଦେଖାଇବେ । ହା ଦ୍ୱାରା ଛାତ୍ରଛାତ୍ରୀ ସହଜରେ କଠିନ ପାଠ ବୁଝିପାରିବେ । IIM – INDOREରେ ସରକାରୀ ଅଧିକାରୀ, ବ୍ୟବସାୟୀ ଓ ଶିଳ୍ପଦ୍ୟୋଗୀଙ୍କ ପାଇଁ ତାଲିମ ବ୍ୟବସ୍ଥା ଥିବା ବେଳେ ଏହି ଭିଡିଓ ସେମାନଙ୍କୁ ସହାୟକ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.