ଦିଲ୍ଲୀରେ ଜମ୍ମୁ କଶ୍ମୀର ସୁପ୍ରିମ ମିଟିଂ, ଗୁପକାର ମେଣ୍ଟ ନେତାଙ୍କ ସହ ମୋଦିଙ୍କ ବୈଠକ

ନୂଆଦିଲ୍ଳୀ: ଆଜି ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ । ଏଥିପାଇଁ ଦିଲ୍ଳୀରେ ପହଁଚିସାରିଛନ୍ତି ଜମ୍ମୁ, କଶ୍ମୀର ନେତା । ଗୁପକାର ମେଣ୍ଟ ନେତାଙ୍କ ସହ ବୈଠକ କରିବେ ମୋଦି । ସର୍ବଦଳୀୟ ବୈଠକରେ ଏଜେଣ୍ଡା କ’ଣ, ଏହାରି ଉପରେ ନଜର ରହିଛି । ବୈଠକରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଫାରୁକ ଅବଦୁଲ୍ଲା ଓ ଗୁଲାମ ନବୀ ଆଜାଦ ଦିଲ୍ଲୀରେ ପହଁଚିଛନ୍ତି ।

ସେହିପରି ବିଜେପି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବିନ୍ଦ୍ର ଗୁପ୍ତା, ନିର୍ମଳ ସିଂ ଓ ରବୀନ୍ଦ୍ର ରାଇନା ଦିଲ୍ଲୀ ଆସିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉପରାଜ୍ୟପାଳ ମନୋଜ ସିହ୍ନା, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେବେ । ଏହାସହ ଗୃହ ସଚିବ ଅଜୟ ଭଲ୍ଲା ମଧ୍ୟ ଯୋଗଦେବେ।

ଜମ୍ମୁ କଶ୍ମୀରର ୧୪ ନେତା ସର୍ବଦଳୀୟ ବୈଠକରେ ଯୋଗଦେବେ । ଦିଲ୍ଲୀରେ ବୈଠକ ସମୟରେ ଆତଙ୍କବାଦୀମାନେ ବଡ଼ ଘଟଣା ଘଟାଇବାକୁ ଉଦ୍ୟମ କରିପାରନ୍ତି । ତେଣୁ ସୁରକ୍ଷା ବାହିନୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । LOCରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.