ଏଇ ଶୀତ ୠତୁରେ ଟ୍ରେନ୍‌ ଚାଲିବ କେତେ ଜୋରରେ, ଜାରି ହେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ : ଶୀତ ୠତୁରେ କୁହୁଡ଼ି ଯୋଗୁଁ ପ୍ରାୟ ସବୁ ରାତ୍ରୀକାଳୀନ ଏବଂ ସକାଳେ ବାହାରୁଥିବା ଟ୍ରେନ୍‌ ବିଳମ୍ବରେ ପହଞ୍ଚେ । ଏଥିରେ ଯାତ୍ରୀ ହଇରାଣ ହୁଅନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛି । ସବୁ ଟ୍ରେନ୍‌ର ଗତିକୁ ଅଧିକ ୧୫ କିଲୋମିଟର ବଢ଼ାଇ ଦେଇଛି । ଉଦାହାରଣ ସ୍ୱରୂପ, ପୂର୍ବରୁ ଘଣ୍ଟାକୁ ୬୦ କିଲୋମିଟର ବେଗରେ ଯାଉଥିବା ଟ୍ରେନ୍‌ ଏବେ ୭୫ କିଲୋମିଟର ଗତିରେ ଯିବ ।

ତେବେ ଘନ କୁହୁଡ଼ି ବେଳେ ରାସ୍ତା ଯଦି ଭଲ ଭାବେ ଦେଖା ଯାଉ ନାହିଁ ତାହାହେଲେ ଡ୍ରାଇଭର ନିଜର ନିୟନ୍ତ୍ରଣ ଭିତରେ ରଖି ଟ୍ରେନ୍‌ ଚଳାଇ ପାରିବେ । ହେଲେ ଘଣ୍ଟାକୁ ୭୫ କିଲୋମିଟର ବେଗରୁ ଅଧିକ ବେଗରେ ଚଳାଇ ପାରିବେ ନାହିଁ ବୋଲି ବିଭାଗ ତରଫରୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.