ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଘୋଷଣା କଲେ ବାରିପଦା ପୋକ୍‌ସୋ କୋର୍ଟ

ବାରିପଦା (କେନ୍ୟୁଜ): ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ଜେଲ୍‌ । ରାୟ ଶୁଣାଇଲେ ବାରିପଦା ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟ । ଅଭିଯୁକ୍ତ ହେଲେ ବେତନଟୀ ଥାନା ଅଧିନ କଚ୍ଛିମବିଲ୍ଲା ଗ୍ରାମର ଦୁଲାଲ ସିଂ । ୧୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା କରାଯାଇଛି । ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ କାରାଦଣ୍ଡ ହେବ ।

ଅଭିଯୁକ୍ତ ଦୁଲାଲ ସିଂ ଗତ ୨୦୧୯ ମେ ମାସ ୨୦ ତାରିଖରେ ଜଣେ ନାବାଳିକାକୁ ଏକୁଟିଆ ପାଇ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା । ପିଡିତାଙ୍କୁ ଅସହାୟ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରି ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ଭାଇ । ପରେ ଅଭିଯୋଗନୁଯାୟୀ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ତେବେ ରାୟ ପ୍ରକାଶ ପୂର୍ବରୁ ପିଡୀତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.