ପରକୀୟା ପ୍ରୀତିର ଶାସ୍ତି ଏମିତି, ସ୍ୱାମୀକୁ କାନ୍ଧରେ ବସାଇ ବୁଲାଇଲା ସ୍ତ୍ରୀ
କୋର୍ଟ କହିଛନ୍ତି ବିବାହିତା ମହିଳା ଅନ୍ୟ କାହା ସହ ସମ୍ପର୍କ ରଖିଲେ ଅପରାଧ ନୁହେଁ । ହେଲେ ଏମିତି ଏକ ଘଟଣାରେ ପଞ୍ଚାୟତ ଦେଇଛି ବଡ଼ ଶାସ୍ତି । ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାର ଏକ ଗାଁ ଦେବୀଗଡ଼ । ଏଇଠି ଘଟିଛି ଏଭଳି ଘଟଣା । ଅନ୍ୟ ଜଣକୁ ପ୍ରେମ କରୁଥିଲେ ଜଣେ ବିବାହିତା । ଏକଥା ଜଣା ପଡ଼ିବା ପରେ ଗାଁ ପଞ୍ଚାୟତରେ ବସିଲା ବୈଠକ । ଆଉ ପଞ୍ଚାୟତ ଶୁଣାଇଲା ବଡ଼ ଦଣ୍ଡ । ଦିଆଗଲା ଏମିତି ଶାସ୍ତି ଯାହା ହୁଏତ ଶୁଣିଲେ ଆପଣଙ୍କୁ ହସ ଲାଗିବ । ସ୍ତ୍ରୀ ନିଜ କାନ୍ଧରେ ସ୍ୱାମୀକୁ ବୋହି ଗାଁ ବୁଲିବ ।
ଯେତେବେଳେ ଦଣ୍ଡ ଲାଗୁ ହେଲା ଗାଁ ସାରା ଲୋକ ଜମା ହୋଇଗଲେ । ସ୍ୱାମୀର ସମ୍ପର୍କୀୟ ଏବଂ ଗାଁ ଲୋକେ ମିଶି ଯୁବକକୁ ତା ପତ୍ନୀର କାନ୍ଧ ଉପରେ ଜବରଦସ୍ତ ବସାଇଦେଲେ । ବିଚାରା ପତ୍ନୀ ପାଖରେ ଆଉ କିଛି ଉପାୟ ନଥିଲା । ପୂରା ଗାଁ ତା ବିରୋଧରେ ଥିଲା । ତେଣୁ ବାଧ୍ୟ ହୋଇ ନିଜ ସ୍ୱାମୀକୁ କାନ୍ଧରେ ବସାଇ ଅତି କଷ୍ଟରେ ବୁଲାଇବାକୁ ଲାଗିଲା । ଯେଉଁଠି ଥକି ଯାଉଥିଲା ସେଠି ତାଙ୍କ ପଛରେ ଥିବା ଲୋକେ ତାଙ୍କୁ ମାରପିଟ୍ କରୁଥିଲେ । ଆଉ ଲୋକେ ଏହାର ଭରପୂର ମଜା ନେଉଥିଲେ । କିଛି ଲୋକ ଘଟଣାର ଭିଡିଓ ରେକର୍ଡ଼ିଂ ମଧ୍ୟ କରୁଥିଲେ । ଆଉ ମହିଳା ଜଣକର ଅବସ୍ଥା ଅତି ଶୋଚନୀୟ ହୋଇଯାଇଥିଲା ।
ଘଟଣାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପୋଲିସ୍ ବହୁତ ବିଳମ୍ବରେ ଜାଣିଲା । ତେବେ ତଦନ୍ତ କରି ଦୁଇଜଣଙ୍କୁ ଗିରଫ କରିବା ସହ ଅନ୍ୟମାନଙ୍କୁ ଖୋଜୁଛି ।
#WATCH Madhya Pradesh: Villagers force a woman to carry her husband on her shoulders as a punishment in Devigarh, Jhabua allegedly for marrying a man from a different caste. (12.4.19) pic.twitter.com/aNUKG4qX7p
— ANI (@ANI) April 13, 2019