ଭାରତର ଟ୍ରିପଲ ମ୍ୟୁଟାଣ୍ଟ ବିଶ୍ୱ ପାଇଁ ଚିନ୍ତାର କାରଣ: WHO

ନୂଆଦିଲ୍ଲୀ (କେ ନ୍ୟୁଜ): ଭାରତରେ ଆତଙ୍କ ସୃଷ୍ଟି କରିଥିବା କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଦୁନିଆ ପାଇଁ ଚିନ୍ତାର କାରଣ । ଭାରତରେ ବ୍ୟାପୁଥିବା ଟ୍ରିପଲ ମ୍ୟୁଟାଣ୍ଟ ଭୂତାଣୁ ଅଧିକ ସଂକ୍ରାମକ ଓ ଅତି ଭୟଙ୍କର । B.1.617 ଭାରିଆଣ୍ଟ କ୍ଷୀପ୍ର ବେଗରେ ବ୍ୟାପୁଛି । ଏହି ଭୂତାଣୁକୁ ଭେରିଆଣ୍ଟ ଅଫ କନସର୍ନ କୁହାଯାଉଛି ।

ଏହା କୋଭିଡ ଟିକାକୁ ବି ମାତ୍‌ ଦେଉଥିବା ଆଶଙ୍କା କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ WHOର ବୈଷୟିକ ମୁଖ୍ୟ ମାରିଆ ଭନ୍‌ କେରଖୋଭେ ଏହି ସୂଚନା ଦେଇଛନ୍ତି । କରୋନାର ଦ୍ୱିତୀୟ ଲହରୀରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ଭାରତ । ଦେଶରେ ପ୍ରତିଦିନ ନୂଆ ଭାରିଆଣ୍ଟର ଲକ୍ଷ ଲକ୍ଷ ମାମଲା ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.