ପ୍ରକୃତିର ପ୍ରକୋପ: ପ୍ରଶାନ୍ତ ମହାସାଗର ମଝିରେ ଆଗ୍ନେୟ ଉଦ୍‌ଗୀରଣ, ଟୋଙ୍ଗା ଦ୍ୱୀପରେ ସୁନାମୀ

କେନ୍ୟୁଜ୍(ବ୍ୟୁରୋ):  ସମୁଦ୍ର ମଧ୍ୟରେ ଆଗ୍ନେୟଗିରି ଉଦ୍‌ଗୀରଣ। ପ୍ରଶାନ୍ତ ମହାସାଗର ତଳେ ଥିବା ଏକ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇଛି। ଏହା ଫଳରେ ଟୋଙ୍ଗା ଦ୍ୱୀପରେ ଆସିଛି ସୁନାମୀ। ବିଶାଳ ଜୁଆର ମାଡ଼ି ଆସି ଟୋଙ୍ଗା ଦ୍ୱୀପ ଜଳମଗ୍ନ ହୋଇଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।

t sunami

ଆଗ୍ନେୟଗିରି ଉଦ୍‌ଗୀରଣ ପରେ ପ୍ରଚଣ୍ଡ ଶବ୍ଦ ହୋଇଥିବା ନ୍ୟାସନାଲ ଏମର୍ଜେନ୍‌ସୀ ମ୍ୟାନେଜମେଣ୍ଟ ଏଜେନ୍‌ସୀ ପକ୍ଷରୁ କୁହାଯାଇଛି। ଏହା ସହ ନିକଟବର୍ତ୍ତୀ ଫିଜି ଓ ନ୍ୟୁଜିଲାଣ୍ଡକୁ ସୁନାମୀ ଆଲର୍ଟ ଜାରି କରାଯାଇଛି। କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି।