ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନଙ୍କ ଅପରାଧିକ ପୃଷ୍ଠଭୂମି ତଥ୍ୟକୁ କଡ଼ାକଡ଼ି ଯାଞ୍ଚ କରାଯିବ: ନିର୍ବାଚନ କମିଶନର

ଭୁବନେଶ୍ବର(କେନ୍ୟୁଜ୍): ଆଦର୍ଶ ଆଚରଣ ବିଧି ସହ କୋଭିଡ ଗାଇଡ଼ଲାଇନ କଡାକଡି ଲାଗୁ କର । ଜିଲ୍ଲାସ୍ତରରେ ଜଏଣ୍ଟ ମାଷ୍ଟର ପ୍ଲାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ମତଦାନ କେନ୍ଦ୍ର ଠାରୁ ଆରମ୍ଭ କରି ଷ୍ଟ୍ରଙ୍ଗରୁମ ଯାଏଁ କଡ଼ା ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି।
ସେହିଭଳି ପ୍ରାର୍ଥୀମାନେ ସତ୍ୟପାଠରେ ଦେଇଥିବା ନିଜର ସମ୍ପତ୍ତି ତାଲିକା, ଅପରାଧିକ ପୃଷ୍ଠଭୂମି ଆଦି ତଥ୍ୟକୁ କଡ଼ାକଡ଼ି ଯାଞ୍ଚ କରାଯିବ । ନିର୍ବାଚନ ଆୟୋଗଙ୍କ ଉଚ୍ଚସ୍ତରୀୟ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ ଠାରୁ ଆରମ୍ଭ ଭୋଟ ଗଣତି ଯାଏଁ, ପ୍ରତିଟି ପର୍ଯ୍ୟାୟରେ କୋଭିଡ ଗାଇଡ଼ଲାଇନକୁ କଡ଼ାକଡି ପାଳନ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି। ଜିଲ୍ଲାପାଳଙ୍କ ମତାମତକୁ ଆଧାର କରି ଗାଇଡ଼ଲାଇନରେ ସଂଶୋଧନ ହେବ ବୋଲି ନିର୍ବାଚନ କମିଶନର କହିଛନ୍ତି।
ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ କରି ସିସିଟିଭି ଓ ଭିଡିଓଗ୍ରାଫି କରିବା ଉପରେ ପଦକ୍ଷେପ ନେବା ପାଇଁ କୁହାଯାଇଛି। କୋଭିଡ କଟକଣା ଭିତରେ ନିର୍ବାଚନ ବଡ଼ ଆହ୍ଵାନ । ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ହେବେ । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି। ସେହି ନିର୍ବାଚନରେ ମଧ୍ୟ ଓଡିଶା ପୋଲିସ ନିୟୋଜିତ ହେବେ। ଏପଟେ ଏକାସମୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ରହୁଛି । ଏଥିପାଇଁ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସୀ ସହ ଆଲୋଚନା କରି ଫୋର୍ସ ନିୟୋଜିତ କରାଯିବ ବୋଲି ପୋଲିସି ଡିଜି କହିଛନ୍ତି।