ଆମେରିକାର ଫ୍ଲୋରିଡାରେ ହ୍ରଦ ଉପରେ ଦୁଇ ବିମାନ ମୁହାଁମୁହିଁ; ଅନେକ ନିଖୋଜ

ଆମେରିକାର ମଧ୍ୟ-ଫ୍ଲୋରିଡାରେ ଏକ ହ୍ରଦ ଉପରେ ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ନିଶ୍ଚିତ ହୋଇଛି। ତେବେ କେତେ ଲୋକ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି, ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ।

ଆମେରିକାର ମଧ୍ୟ-ଫ୍ଲୋରିଡାରେ ଏକ ହ୍ରଦ ଉପରେ ମଙ୍ଗଳବାର ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ନିଶ୍ଚିତ ହୋଇଛି। ଉଇଣ୍ଟର ହେଭନସ୍ଥିତ ହାର୍ଟ୍ରିଜ୍ ହ୍ରଦରେ ହୋଇଥିବା ଏହି ଦୁର୍ଘଟଣାରେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଛି। ତେବେ କେତେ ଲୋକ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି, ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ।

ପଲ୍କ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟର ମୁଖ୍ୟ ଷ୍ଟିଭ୍ ଲେଷ୍ଟର କହିଛନ୍ତି ଯେ ଏହି ଦୁର୍ଘଟଣା ଅର୍ଲାଣ୍ଡୋଠାରୁ ୬୫ କିଲୋମିଟର ଦକ୍ଷିଣ-ପଶ୍ଚିମସ୍ଥିତ ଉଇଣ୍ଟର ହେଭନରେ ଘଟିଛି। ବିମାନ ଚଳାଚଳ ମନ୍ତ୍ରଣାଳୟ ଦୁର୍ଘଟଣାଗ୍ରସ୍ତ ଗୋଟିଏ ବିମାନକୁ ‘ପାଇପର୍ ଜେ ୩ ଫ୍ଲୋପ୍ଲେନ୍’ ରୂପେ ଚିହ୍ନଟ କରିଛି। ଅନ୍ୟ ବିମାନ ବିଷୟରେ କୌଣସି ସୂଚନା ମିଳି ନାହିଁ। ବିମାନରେ କେତେ ଲୋକ ଥିଲେ, ଏ ବିଷୟରେ ମଧ୍ୟ ସୂଚନା ମିଳିନାହିଁ। ଏପରିକି, ବିମାନ କେଉଁଠାରୁ ଉଡିଥିଲା, ତାହା ମଧ୍ୟ ଜଣା ପଡିନାହିଁ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ କହିଛନ୍ତି, ହ୍ରଦ ଉପର ଆକାଶରେ ଦୁଇ ବିମାନ ପରସ୍ପର ସହ ମୁହାଁମୁହିଁ ହୋଇ ପାଣି ଭିତରକୁ ପଶି ଯାଇଥିଲେ। ଗୋଟିଏ ବିମାନ ପାଣିରେ ସାତ ମିଟର ତଳେ ପହଞ୍ଚି ଯାଇଥିଲା। ଯେତେବେଳେ କି, ଅନ୍ୟଟିର ପଛ ଭାଗ ପାଣି ଉପରେ ଦୃଶ୍ୟମାନ ହେଉଥିଲା। ବିମାନଗୁଡ଼ିକ ଯେତେବେଳେ ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ, ସେତେବେଳେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ସେଠାରେ ଉପସ୍ଥିତ ଲୋକେ ଏ ନେଇ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ କେବଳ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରି ପାରିଥିଲେ। ପାଣି ଭିତରେ ସର୍ଚ୍ଚ ଅପରେସନ୍ ତୁରନ୍ତ ଆରମ୍ଭ ହୋଇପାରି ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.