ବେଙ୍ଗାଲୁରୁରେ ଏୟାର ସୋ’ ପୂର୍ବରୁ ମୁହାଁମୁହିଁ ପିଟିହେଲେ ସୂର୍ଯ୍ୟକିରଣର ଦୁଇ ଏୟାରକ୍ରାଫ୍ଟ , ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ୟେଲଙ୍କା ଏୟାରବେସରେ ଏୟାର ସୋ ପୂର୍ବରୁ ବଡ ଦୁର୍ଘଟଣା । ଏଠାରେ ଅଭ୍ୟାସ ଚାଲିଥିବା ବେଳେ ଆକାଶରେ ଦୁଇଟି ଯୁଦ୍ଧ ବିମାନ ପରସ୍ପର ସହିତ ଧକ୍କା ଖାଇ ଜଳି ଯାଇଛନ୍ତି । ଏହି ଦୁଇ ବିମାନ ସୂର୍ଯ୍ୟକିରଣ ଏରୋବେଟିକ୍ସ ଟିମର ଥିଲା । ସୌଭାଗ୍ୟ ବଶତଃ ବିମାନର ପାଇଲଟ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଥିଲେ । ଗତକାଲି ଠାରୁ ଏଠାରେ ଏୟାର ସୋ ଆରମ୍ଭ ହେବ । ଯାହା ଫେବ୍ରୁଆରୀ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଦିନ ପ୍ରାୟ ୧୧.୫୦ ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ ଜଣେ ସାଧାରଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।
ଦେଖନ୍ତୁ ଭିଡିଓ :
#WATCH Two aircraft of the Surya Kiran Aerobatics Team crash at the Yelahanka airbase in Bengaluru, during rehearsal for #AeroIndia2019. More details awaited. pic.twitter.com/kX0V5O0n6R
— ANI (@ANI) February 19, 2019