କୋଭିଡ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢ଼ାଇଲା ଆମେରିକା, ଭ୍ୟାକ୍ସିନ ଉତ୍ପାଦନ ପାଇଁ ପଠାଇବ କଞ୍ଚାମାଲ

କୋଭିଡ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢ଼ାଇଛି ଆମେରିକା। କୋଭିଡ ଭ୍ୟାକ୍ସିନ ଉତ୍ପାଦନ ପାଇଁ କଞ୍ଚାମାଲ, ଅକ୍ସିଜେନ ଓ ଷ୍ଟ୍ରାଇକ ଟିମ ପଠାଇବ ଆମେରିକା। ସେରମ ଇନ୍‌ଷ୍ଟିଚ୍ୟୁଟରେ କୋଭିସିଲଡ ଟିକା ଉତ୍ପାଦନ ପାଇଁ ଆମେରିକା କଞ୍ଚାମାଲ ଯୋଗାଇବ। ଏଥିପାଇଁ ଯୋଗାଣ ନେଇ ନିଜର ଅର୍ଡରକୁ ଭାରତକୁ ଡାଇଭର୍ଟ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଟେଲିଫୋନରେ କଥା ହେବା ପରେ ଆମେରିକାର ପ୍ରଶାସନର ବରିଷ୍ଠ ଅଧିକାରୀ ଏହିଁ ସୂଚନା ଦେଇଛନ୍ତି।

america
Image Credit: thgim.com

କୋଭିଡ ମୁକାବିଲା ପାଇଁ ଭାରତକୁ ସହାୟତା କରିବା ପାଇଁ ଆମେରିକା ପ୍ରସ୍ତୁତ। ଏଥିପାଇଁ ସିଡିସି ଏପିଡେମିକ ଇଣ୍ଟେଲିଜେନ୍‌ସ ସର୍ଭିସ ଅଫିସର ଓ ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଗଠିତ ଷ୍ଟ୍ରାଇକ ଟିମ୍ ଆମେରିକା ପଠାଇବ । ଏହି ଟିମ ସର୍ଭିଲେନ୍‌ସ, ଲାବୋରେଟୋରୀ ସେବା ସଂକ୍ରମଣ ରୋକିବା ଦିଗରେ ଭାରତୀୟ ବିଶେଷଜ୍ଞଙ୍କ ସହ ମିଶି କାମ କରିବ। ସେହିପରି ୟୁରୋପୀୟ ସଂଘ ପକ୍ଷରୁ ଖୁବଶୀଘ୍ର ମେଡିକାଲ ଅକ୍ସିଜେନ ଓ ରେମଡେସିଭିର ଆସି ପହଞ୍ଚିବାର ଆଶା ରହିଛି । ଏଥିପାଇଁ ଭାରତ ପକ୍ଷରୁ ୟୁରୋପୀୟ ସଂଘକୁ ଅନୁରୋଧ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.