ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତ ଆଣିବାର ରାସ୍ତା ସଫା! ବ୍ରିଟେନ ହାଇକୋର୍ଟ ଖାରଜ କଲେ ପିଟିସନ

ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତ ଅଣାଯିବାର ରାସ୍ତା ସଫା ହୋଇଛି। ବ୍ରିଟେନ ହାଇକୋର୍ଟ ତାଙ୍କ ପିଟିସନ ଖାରଜ କରି ଦେଇଛନ୍ତି। ହାଇକୋର୍ଟ କହିଛନ୍ତି କି, ନିରବ ମୋଦିଙ୍କ ପ୍ରତ୍ୟାର୍ପଣ ଭୁଲ ହେବ ନାହିଁ। କହି ରଖୁଛୁ, ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟଙ୍କ ଦ୍ୱାରା ୨୦୧୯, ଡିସେମ୍ବରରେ ପଳାତକ ଆର୍ଥିକ ଅପରାଧୀ ଅଧିନିୟମ, ୨୦୧୮ ଅନୁସାରେ ନିରବ ମୋଦିଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରାଯାଇଥିଲା। କହି ରଖୁଛୁ, ବର୍ତ୍ତମାନ ସମୟରେ ନିରବ ମୋଦି ଲଣ୍ଡନ ଜେଲ୍‌ରେ ଅଛନ୍ତି।

ଭାରତ ଦୀର୍ଘ ଦିନରୁ ନିରବ ମୋଦିଙ୍କ ପ୍ରତ୍ୟାର୍ପଣ ଚାହୁଁଛି, କିନ୍ତୁ ବ୍ରିଟେନରେ ଶରଣ ନେଇ ବସିଥିବା ନିରବ ମୋଦି ଏଥିରୁ ବଞ୍ଚିବା ପାଇଁ କ୍ରମାଗତ ଭାବରେ ଭିନ୍ନ ଭିନ୍ନ ତର୍କ ଦେଉଛନ୍ତି। ବ୍ରିଟେନ ହାଇକୋର୍ଟରେ ନିରବଙ୍କ ଓକିଳ କହୁଛନ୍ତି ଯେ ସେ ଡିପ୍ରେସନର ଶିକାର ହୋଇଛନ୍ତି। ଭାରତର ଜେଲରେ ଯେଭଳି ସ୍ଥିତି ରହିଛି, ସେଠାରେ ସେ ଜୀବନ ମଧ୍ୟ ହାରି ଦେଇପାରନ୍ତି। ଏହି ତର୍କ ଆଧାରରେ ଆଜି ପର୍ଯ୍ୟନ୍ତ ତାଙ୍କ ପ୍ରତ୍ୟାର୍ପଣର ବିରୋଧ କରାଯାଇ ଆସୁଥିଲା। କିନ୍ତୁ ବ୍ରିଟେନ ହାଇକୋର୍ଟ ପୂରା ଶୁଣାଣି ପରେ ନିରବ ମୋଦିଙ୍କ ପିଟିସନକୁ ଖାରଜ କରି ଦେଇଛନ୍ତି।

ସୂଚନାଥାଉ କି, ନିରବ ମୋଦି ମେହୁଲ ଚୌକସୀଙ୍କ ସହ ମିଶି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରୁ ୧୪,୫୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ଚଳିତ ବର୍ଷ ଫେବୃୟାରୀରେ ନିରବ ମୋଦିଙ୍କୁ ସେତେବେଳେ ବଡ଼ ଝଟ୍‌କା ଲାଗିଥିଲା, ଯେତେବେଳେ ବ୍ରିଟେନର େଓ୍ଵଷ୍ଟମିଂଷ୍ଟର କୋର୍ଟ ଭାରତ ପ୍ରତ୍ୟାର୍ପଣକୁ ମଞ୍ଜୁରୀ ଦେଇଥିଲେ। ଏହାପରେ ସେ ଲଣ୍ଡନ ହାଇକୋର୍ଟରେ ଅପିଲ ଦାୟର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.