ଇସ୍ରାଏଲ ଗସ୍ତରେ ଯିବେ ରିଷି ସୁନକ୍ , ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କରିବେ ଆଲୋଚନା

ଯୁଦ୍ଧ ଘନଘଟା ଭିତରେ ଇସ୍ରାଏଲ ଯିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଭେଟି ଆଲୋଚନା କରିବେ ।

ନୂଆଦିଲ୍ଲୀ : ଯୁଦ୍ଧ ଘନଘଟା ଭିତରେ ଇସ୍ରାଏଲ ଯିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତ ପରେ ଆଜି ଯାଉଛନ୍ତି ସୁନକ୍ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଭେଟି ଆଲୋଚନା କରିବେ । ଏଥିସହ ମଙ୍ଗଳବାର ଗାଜାର ଅଲ-ଆହଲି ହସ୍ପିଟାଲରେ ହୋଇଥିବା ଭୟଙ୍କର ଆକ୍ରମଣ ପରେ ବିଶ୍ବ ନେତାଙ୍କୁ ଏକାଠି ହେବା ଆବଶ୍ୟକ ରହିଛି । ଏହି ଅବସରରେ ସୁନକ୍ କହିଛନ୍ତି ଆମେ ବନ୍ଧୁ ଭାବେ ସାହାଯ୍ୟ କରିବୁ । ଗାଜାରେ ଯେତେ ଶୀଘ୍ର ମାନବୀୟ ସହାୟତା ଏବଂ ସେଠାରେ ଫସିଥିବା ବ୍ରିଟେନ୍ ନାଗରିକଙ୍କୁ ସୁରକ୍ଷିତ ନିଜ ଦେଶକୁ ଆଣିବା ଉପରେ ମଧ୍ୟ ଗୁରୁତ୍ବ ଦେବେ । ଅନ୍ୟପକ୍ଷରେ ଇସ୍ରାଏଲ-ଗାଜା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ୟୁକେର ବୈଦେଶିକ ସଚିବ ଇଜିପ୍ଟ, ତୁର୍କୀ ଓ କାତାରର ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ।

ଗତକାଲିଠାରୁ ଏହି ଆକ୍ରମଣକୁ ଖଣ୍ଡନ କରିଆସିଥିବା ଇସ୍ରାଏଲ ସେନା ଆଜି ଡିଜିଟାଲ ପ୍ରମାଣ ସହ ଏହା ‘ହମାସ’ ଆତଙ୍କୀ ଗୋଷ୍ଠୀଙ୍କ ଦ୍ବାରା ହୋଇଥିବା ଦାବି ଦୋହରାଇଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଆଜି ଆକ୍ରମଣ ସମ୍ପର୍କରେ ଏକ ଅଡିଓ କ୍ଲିପ ଜାରି କରିଛି । ଯେଉଁଥିରେ ଏହି ରକେଟ ଆଟାକ ‘ହମାସ’ ଦ୍ବାରା କରାଯାଇଥିବା ଦୁଇ ଜଣ ହମାସ ଆତଙ୍କୀ କଥା ହେଉଥିବା ଇସ୍ରାଏଲ ପକ୍ଷରୁ ଦାବି କରାଯାଇଛି ।

ଅନ୍ୟପଟେ ଆଜି ଟେଲ-ଆଭିଭରେ ପହଞ୍ଚିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି । ଇସ୍ରାଏଲକୁ ସମର୍ଥନ ଘୋଷଣା କରିବା ସହ ଗାଜାର ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣ ଇସ୍ରାଏଲ ସେନା ନୁହେଁ ବରଂ ଅନ୍ୟ ଗୋଷ୍ଠୀ ଦ୍ବାରା ହୋଇଥିବା ବାଇଡେନ କହିଛନ୍ତି । ଗାଜା ହସ୍ପିଟାଲ ଆକ୍ରମଣରେ ବାଇଡେନ ଶୋକ ମଧ୍ୟ ପ୍ରକାଶ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.