ଜାତୀୟ ରାଜପଥରେ ଅନିୟନ୍ତ୍ରିତ ହୋଇ ଢାବାରେ ପଶିଲା ଟ୍ରକ: ତିନି ମୃତ, ୩ ଆହତ

ଇଟାଓ୍ଵାର ଜାତୀୟ ରାଜପଥ ନଂ ୨ରେ ଏକଦିଲ ଥାନା ଅନ୍ତର୍ଗତ ମାନିକପୁର ମୋଡରେ ଥିବା ଏକ ଢାବାରେ କାନପୁରରୁ ଆସୁଥିବା ଏକ ଟ୍ରକ ଅନିୟନ୍ତ୍ରିତ ହୋଇ ପଶିଯାଇଥିଲା । ଫଳରେ ୬ ଜଣଙ୍କ ଉପରେ ମାଡି ଯାଇଥିଲା । ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି ।

ଉତ୍ତରପ୍ରଦେଶ : ଇଟାଓ୍ଵା-କାନପୁର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଢାବାରେ ଅନିୟନ୍ତ୍ରିତ ହୋଇ ଏକ ଟ୍ରକ ପଶିଯିବାରୁ ୬ ଜଣଙ୍କ ଉପରେ ଚଢିଯାଇଛି । ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ରହିଛି । ଘଯଣା ଇକାଦିଲ ଥାନା ଅନ୍ତର୍ଗତ ମାନିକପୁର ମୋଡରେ ହୋଇଛି । ଘଟଣା ସ୍ଥଳରେ ଜିଲ୍ଲାପାଳ ଏବଂ ଏସଏସପି ସମତେ ସମସ୍ତ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି ।

ଖବର ମୁତାବକ, ଇଟାଓ୍ଵାର ଜାତୀୟ ରାଜପଥ ନଂ ୨ରେ ଏକଦିଲ ଥାନା ଅନ୍ତର୍ଗତ ମାନିକପୁର ମୋଡରେ ଥିବା ଏକ ଢାବାରେ କାନପୁରରୁ ଆସୁଥିବା ଏକ ଟ୍ରକ ଅନିୟନ୍ତ୍ରିତ ହୋଇ ପଶିଯାଇଥିଲା । ଫଳରେ ୬ ଜଣଙ୍କ ଉପରେ ମାଡି ଯାଇଥିଲା । ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି ।

ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଘଟଣା ବିଷୟରେ ଖବର ପାଇଁ ସମସ୍ତ ଅଧିକାରୀ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ଘଟଣା ସ୍ଥଳରୁ କ୍ରେନ ସାହଯ୍ୟରେ ଟ୍ରକକୁ ହଟାଯାଇଛି । ଟ୍ରକ ଡ୍ରାଇଭର ନିଶାରେ ଥିଲା ବୋଲି ପୋଲିସ କହିଛି । ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । ସେହିପରି ଆହତଙ୍କ ଚିକିତ୍ସା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.