ଜି-୨୦ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଦିଲ୍ଲୀର ପାଲମ୍‌ ବିମାନବନ୍ଦରରେ ପହଞ୍ଚିଛନ୍ତି। କିଛି ସମୟ ପରେ ପିଏମ୍‌ ଆବାସରେ ରାଷ୍ଟ୍ରପତି ବାଇଡେନ୍‌ ଓ ପିଏମ୍‌ ମୋଦିଙ୍କର ଦ୍ୱିପାକ୍ଷିକ ବୈଠକ ହେବ। ଏୟାରଫୋର୍ସ ଓ୍ଵାନ୍‌ ଯୋଗେ ପହଞ୍ଚିଛନ୍ତି ବାଇଡେନ୍‌।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଦିଲ୍ଲୀର ପାଲମ୍‌ ବିମାନବନ୍ଦରରେ ପହଞ୍ଚିଛନ୍ତି। କିଛି ସମୟ ପରେ ପିଏମ୍‌ ଆବାସରେ ରାଷ୍ଟ୍ରପତି ବାଇଡେନ୍‌ ଓ ପିଏମ୍‌ ମୋଦିଙ୍କର ଦ୍ୱିପାକ୍ଷିକ ବୈଠକ ହେବ। ଏୟାରଫୋର୍ସ ଓ୍ଵାନ୍‌ ଯୋଗେ ପହଞ୍ଚିଛନ୍ତି ବାଇଡେନ୍‌। ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଛନ୍ତି ଆମେରିକା ରାଷ୍ଟ୍ରପତି।

ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ରାଜଧାନୀ ଦିଲ୍ଲୀ। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରୁଷି ସୁନକ୍‌ ଜି-୨୦ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ତଥା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ତାଙ୍କୁ ସ୍ୱାଗତ କରିଥିଲେ। ବ୍ରିଟିଶ୍‌ ପିଏମ୍‌ ରୂପେ ଏହା ହେଉଛି ସୁନକଙ୍କର ପ୍ରଥମ ଭାରତ ଯାତ୍ରା।

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଦୁଇ ରାଷ୍ଟ୍ରାଧ୍ୟକ୍ଷଙ୍କ ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଏହା ବ୍ୟତୀତ ଇଟାଲିର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଏବଂ ଆର୍ଜେଣ୍ଟିନା ରାଷ୍ଟ୍ରପତି ଅଲ୍‌ବର୍ଟୋ ଫର୍ଣ୍ଣାଡିଜ୍‌ ଦିଲ୍ଲୀ ଆସିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.