ଚଳିତ ଋତୁରେ କେବଳ ଆମେରିକାରେ ଅଢ଼େଇ କୋଟି ଫ୍ଲୁ ରୋଗୀ, ସିଡିସି ରିପୋର୍ଟରେ ପ୍ରକାଶିତ

ଲସ ଆଞ୍ଜେଲସ୍‌ : ଆମେରିକାରେ ଚଳିତ ଋତୁରେ ପ୍ରାୟ ୨ କୋଟି ୪୦ ଲକ୍ଷ ଫ୍ଲୁ (flu) ରୋଗୀ ଥିବା ବେଳେ ୧୬ ହଜାର ଲୋକଙ୍କର ଏଥିରେ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୨ ଲକ୍ଷ ୬୦ ହଜାର ଲୋକ ମେଡିକାଲରେ ଭର୍ତ୍ତି ହୋଇଥିବା ନେଇ ସିଡିସି (ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍‌) ରିପୋର୍ଟରେ ପ୍ରକାଶ ପାଇଛି ।

ଦେଶରେ କେବଳ ୧୨୪୦୦ ଲୋକେ ଫ୍ଲୁ ରୋଗରେ ପୀଡିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୋଲି ଚଳିତ ଜାନୁଆରୀ ୭ ତାରିଖ ସୁଦ୍ଧା ମିଳିଥିବା ରିପୋର୍ଟରୁ ଜଣାପଡିଛି । କେବଳ ଚଳିତ ସପ୍ତାହରେ ଥଣ୍ଡା କାଶ ସଂକ୍ରମଣରେ ୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟରେ ୭୯ ଜଣ ଶିଶୁଙ୍କର ଫ୍ଲୁ ଡେଥରେ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଏଥିରୁ ରକ୍ଷା ପାଇବା ପାଇଁ ଫ୍ଲୁ ଟିକା ନେବା ପାଇଁ ସିଡିସି ଜନସାଧାରଣଙ୍କୁ ଉପଦେଶ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.