ପିଓକେରେ ପାକିସ୍ତାନ ବିରୋଧରେ ବିକ୍ଷୋଭ ଜୋରଦାର, ଲୋକେ କହିଲେ ଆମକୁ ଭାରତରେ ପୁଣି ମିଶାଇ ଦିଅ

ନୂଆଦିଲ୍ଲୀ : ପାକିସ୍ତାନରେ ଏବେ ବହୁ ସଂକଟରେ ଗତି କରୁଛି । ଦେଶରେ ଦରଦାମ ଆକାଶ ଛୁଆଁ ହୋଇଥିବା ବେଳେ ଅଟା କିଲୋ ୭୦ ଟଙ୍କାକୁ ଛୁଇଁଛି । ସବୁ ଲୋକ ଅଟା ମଧ୍ୟ ପାଉ ନାହାଁନ୍ତି । ଏହି ସଂକଟ ମଧ୍ୟରେ ପାକିସ୍ତାନରୁ ଆଉ ଏକ ଖବର ଜାଣିବାକୁ ମିଳିଛି । ପାକ୍‌ ଅଧୀକୃତ କଶ୍ମୀର (ପିଓକେ) ର ଗିଲଗିତ ବାଲ୍ଟିସ୍ତାନର ଲୋକେ କିଛି ଦିନ ଧରି ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ବିକ୍ଷୋଭକାରୀ ଭାରତର କେନ୍ଦ୍ର ଶାସିତ ଅଂଚଳ ଲଦାଖ ସହ ମିଶିବାକୁ ଦାବି କରିଛନ୍ତି ।

ଦରଦାମ ବୃଦ୍ଧି ଓ ବେରୋଜଗାରୀରେ ଅତିଷ୍ଟ ଲୋକେ ପାକିସ୍ତାନର ଭେଦଭାବ ନୀତିରେ ଅତିଷ୍ଠ ହୋଇ ଲୋକେ ଏବେ ଭାରତ ସହ ରହିବାକୁ ଦାବି କରିଛନ୍ତି । ପାକିସ୍ତାନ ସରକାର ତାଙ୍କୁ ଦୀର୍ଘ ଦଶନ୍ଧୀ ଧରି ଶୋଷଣ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ପାକିସ୍ତାନ ବିରୋଧରେ ବିକ୍ଷୋଭ କରୁଥିବା ଲୋକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଠି ପ୍ରଦର୍ଶନକାରୀ ଦୁଇ ଦେଶ ମଧ୍ୟରେ ଥିବା କାରଗିଲ ରୋଡକୁ ପୁଣି ଥରେ ଖୋଲିବାକୁ ଦାବି କରିଛନ୍ତି ।

ନିର୍ବାସିତ ପିଓକେ ନେତା ଶୌକତ ଅଲ୍ଲୀ ପିଓକେରେ ଲୋକଙ୍କ ସହ ହେଉଥିବା ଅସୁବିଧାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଗତ ଡିସେମ୍ବର ମାସରୁ ବିଭିନ୍ନ ଦେଶରେ ବୈଠକ କରୁଛନ୍ତି । ସେ ନିକଟରେ ଜେନେଭାରେ ସାମ୍ବାଦିକଙ୍କୁ ଏକ ସାକ୍ଷାତକାର ଦେଇ କହିଛନ୍ତି, ପାକିସ୍ତାନ ୧୯୪୮ ରୁ ଏଠାରୁ ପ୍ରାକୃତିକ ସମ୍ପଦକୁ ଲୁଟ କରୁଥିବା ବେଳେ ପିଓକେ ଲୋକଙ୍କୁ ବଦଳରେ ବେରୋଜଗାରୀ ଓ ଦରଦାମ ବୃଦ୍ଧି ଦେଇଛି ।

ଅଧିକାଂଶ ଲୋକେ ସାଧାରଣ ଚିକିତ୍ସା ଟିକେ ପାଇ ପାରୁ ନାହାଁନ୍ତି । ଏକଥା ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଆମ ପାଖରେ ମେଡିକାଲ ଚିକିତ୍ସା ନାହିଁ । ଦେଶ ବିଭାଜନ ପରେ ଭାରତ ସବୁ କ୍ଷେତ୍ରରେ ଉନ୍ନତି କରିଥିବା ବେଳେ ପାକିସ୍ତାନ ଏକ ଅର୍ଥନୈତିକ ଓ ମାନବୀୟ ସଂକଟ ମଧ୍ୟରେ ଫଶି ରହିଯାଇଛି ବୋଲି ମତ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.